Country

ବ୍ୟାସ ଫାଉଣ୍ଡେସନ ଆନୁକୂଲ୍ୟରେ ଗୀତା ଜ୍ଞାନାଞ୍ଜନ ପତ୍ରିକା ଉନ୍ମୋଚନ ଏବଂ ପ୍ରତିଭାସମ୍ମାନ ପ୍ରଦାନ !

 ତିର୍ତ୍ତୋଲ :- ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ଦିନ ମଧ୍ୟାହ୍ନ ରେ , ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ ଏକ ସାରସ୍ଵତ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ଆଧ୍ୟାତ୍ମିକ ତ୍ରୟ ମାସିକ ପତ୍ରିକା ଗୀତାଜ୍ଞାନଞ୍ଜନ ର ଶୁଭ ଉନ୍ମୋଚନ ଓ ପ୍ରତିଭାସମ୍ମାନ ଉତ୍ସବ !ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପ୍ରବୀଣ ରାଜନୀତିଜ୍ଞ ତଥା ମା ମାଟି ସେବାବ୍ରତୀ ମୂରଲୀଧର ରଥ ଙ୍କୁ ବ୍ୟାସ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ସହ ଉପଢୌକନ ଅର୍ପଣ କରା ଯାଇଥିଲା !ବ୍ୟାସ ଫାଉଣ୍ଡେସନର ଉପଦେଷ୍ଟା ବୀର ନାରାୟଣ ପାତ୍ର ସ୍ବାଗତ ଭାଷଣ ଓ ଶ୍ରୀମତୀ ଆଚାର୍ଯ୍ୟ ବାର୍ଷିକ ବିବରଣୀପାଠ କରିଥିଲେ । ଏହି ସମାରୋହ ରେ ପଣ୍ଡିତ ଡ଼କ୍ଟର ସିଦ୍ଧେଶ୍ବର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ,ବିଶିଷ୍ଟ ବରେଣ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଡଃ ସୃତିସାଗର ସରସ୍ଵତୀ ମହାରାଜ , ମାଳିକା ପ୍ରବଚକ ବାବା ଦିବାକର ଦାସ ମହାରାଜ , ତିରୁପତି ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ହରେକୃଷ୍ଣ ଶତପଥୀ , ଏସ ଭି ଏମ କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର , ସାହିତ୍ୟିକ ରଞ୍ଜନ କୁମାର ମହାନ୍ତି , ଅଧ୍ୟାପକ ଉମାକାନ୍ତ ନାୟକ ତିର୍ତ୍ତୋଲଥାନା ଏସ ଡି ପି ଓ ଚିନ୍ମୟ କୁମାର ରାଉତ , ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ,ବ୍ୟାସ ଫାଉଣ୍ଡେସନ ର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ , ଉପସଭାପତି ରଶ୍ମିତା ନାୟକ , ଡଃ ସୁରେନ୍ଦ୍ରନାଥ ତ୍ରୀପାଠୀ , ଯଶୋବନ୍ତ ରାଉତ , ଡଃ ସୁନାକର ବେହେରା ଓ ଉପଦେଷ୍ଟା ଗଗନ ବିହାରୀ ପୃଷ୍ଟି ପ୍ରମୁଖ ଯୋଗଦେଇ , ଉତ୍ସବଟିକୁ ସରସ ସୁନ୍ଦର କରିଥିବାର ଦେଖାଯାଇଥିଲା !ଏହି ଅବସରରେ ଡଃ ସିଦ୍ଧେଶ୍ୱର ପଣ୍ଡା ଙ୍କ ରଚିତ ଅନନ୍ୟା ପୁସ୍ତକ କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ପାଇଁ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାଶ , ଙ୍କୁ ଆଦର୍ଶ ଦମ୍ପତି , ଶରତ କୁମାର ଦାଶ ଓ ଶର୍ମିଲା ଦାଶ ଙ୍କୁ ସମାଜସେବା , ରମାକାନ୍ତ ରାଉଳ ଙ୍କୁ ବ୍ୟାସପ୍ରତିଭା ସମ୍ମାନ , ଭାଗବତ ପ୍ରସାଦ ଓ ଗୀତା ଙ୍କୁ ଚକୋର ଚକୋରୀ ସମ୍ମାନ , ରଞ୍ଜନ କୁମାର ମଲ୍ଲିକ ଙ୍କୁ ବ୍ୟାସସେବା ଓ ରବିନ୍ଦ୍ରନାଥ ସେଠୀ ଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ନଗେନ୍ଦ୍ର ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button