LIVE TV

କଳାହାଣ୍ଡି ଜିଲ୍ଲା :ଭବାନୀପାଟଣା ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କଳାହାଣ୍ଡି ଜିଲ୍ଲା :ଭବାନୀପାଟଣା ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ପୁଅ ପ୍ରୀତିଶ ବେଙ୍ଗାଲୁରୁରେ ରହି ଯୁକ୍ତ ଦୁଇ ପଢ଼ୁଥିଲେ। ସେ ଛୁଟିରେ ଘରକୁ ଆସିଥିଲେ। ସଦର ଥାନା ଗୁଡ଼ିୟାଲିପଦର ରେତ୍ କେନାଲକୁ ଗତକାଲି ସ୍କୁଟିରେ ଗାଧୋଇବାକୁ ଆସିଥିଲେ ପ୍ରୀତିଶ। କେନାଲରେ ଗାଧୋଇବା ବେଳେ ଅସାବଧାନତାବଶତଃ ସେ ବୁଡ଼ିଯାଇଥିଲେ।ପୁଅ ଘରକୁ ନ ଫେରିବା ଦେଖି ପରିବାର ଲୋକେ କେନାଲରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏହାପରେ ଆଜି ସକାଳେ ପ୍ରୀତିଶର ମୃତଦେହ କେନାଲରୁ ଉଦ୍ଧାର ହୋଇଥିଲା। ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button