LIVE TV

କୋଟସମଲାଏ ଠାରେ ଡୁମାଲ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

 ଉଲୁଣ୍ଡା ୧୭/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଏ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆଜି ଡୁମାଲ ସମାଜର ବାର୍ଷିକ ବୈଠକ କେନ୍ଦ୍ରର ସ୍ଥାୟୀ ସଭାପତି ନରସିଂହ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ପ୍ରଥମେ ମା ମାହେଶ୍ୱରୀ ଙ୍କ ପଦ ବନ୍ଦନା କରାଯାଇ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ପୂର୍ବ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ନୂତନ କମିଟି ଗଠନ କରାଯିବା ନେଇ ପ୍ରସ୍ତାବ ଗ୍ରହଣ କରି କମିଟି ଗଠନ କରାଗଲା ।ସଭାପତି ଭାବେ ନରସିଂହ ପଧାନ, ଉପସଭାପତି ସୁରୁବାବୁ ପଧାନ, ସମ୍ପାଦକ ଶଶୀକାନ୍ତ ପଧାନ, ସହ ସମ୍ପାଦକ ସୁଦାମ ମହାକୁର, କୋଷାଧକ୍ଷ ସୁବାଷ ପାତ୍ର,ଜିଲ୍ଲା ପ୍ରତିନିଧି ଉପଦେଷ୍ଟା କମିଟି ଚେୟାରମ୍ୟାନ ଜାନକୀରାମ ଦେହେରି, ସଭ୍ୟ ପ୍ରମୋଦ ପାତ୍ରଙ୍କ ସମେତ ହୁଙ୍କାରୁ ଗଡୁଆ, ବିହାରୀ ପଧାନ, ଫଗୁନୁ ପଧାନ, ଜଗଦୀଶ କର୍ଣ୍ଣ, ରାଧେଶ୍ୟାମ ଅମାତ, ରଙ୍କମଣି ମେଣ୍ଡିଲି, ନନ୍ଦିଘୋଷ ବଘାର, ଗଦାଧର ମେଣ୍ଡିଲି ପ୍ରମୁଖ ଚୟନ ହୋଇଥିଲେ l ବୀରମିତ୍ର ପଧାନ, ଜୁଷ୍ମନ୍ତ ପଧାନ, ଶିବ ମହାକୁର, ସଦାନନ୍ଦ ମେଣ୍ଡିଲି, ସତ୍ୟଜିତ ଗଡୁଆ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

 

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button