LIVE TV

ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଙ୍ଘ ପକ୍ଷରୁ ସୋନପରୁ ସହରରେ ଏକ ବିଶାଳ ଆଦୀବାସୀ ମହା ରେଲି ଆନୁଷ୍ଟିତ

 ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସଂଙ୍ଘ ପକ୍ଷରୁ ସୋନପରୁ ସହରରେ ଏକ ବିଶାଳ ଆଦୀବାସୀ ମହା ରେଲି ଆନୁଷ୍ଟିତ ହୋଇଯାଇଛି । ସ୍ଥାନିୟ ରୟାଲ ପଡିଆ ଠାରୁ ହଜାର ହଜାର ସଙ୍ଖ୍ୟକ ଆଦୀବାସୀ ମହିଳା ଓ ପୁରୁଷ ପାରମ୍ପରିକ ଆତ୍ସଶତ୍ସ ସହ ନୃତ୍ୟ ଗିତରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରୀ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଚିଂ ଥିଲେ । ଏଥିରେ ଆଦୀବାସୀ ସଂଙ୍ଘ ପକ୍ଷରୁ ସରକାରଙ୍କ ଦ୍ୱାରା ରଣା ,ମାଳୀ ଓ ଅନ୍ୟାନ୍ୟ ଜାତିକୁ ଆଦୀବାସୀ ଜାତି ତାଲିକାରେ ସାମିଲ କରାଯିବାକୁ ନେଇ ତୁରନ୍ତ ପ୍ରତ୍ୟାହାର , ଜଙ୍ଗଲ ଜମି ଅଧିକାର ଆଇନ-୨୦୨୩କୁ ପ୍ରତ୍ୟାହାର କରି ୨୦୦୬-୦୭ ଆଇନକୁ ଲାଗୁ କରି ପଟ୍ଟା ପ୍ରଦାନ ଓ ନକଲି ଆଦୀବାସୀଙ୍କୁ ସରକାର ତୁରନ୍ତ ଚିହ୍ନଟ କରି ବହିସ୍କାର କରିବା ଆଦି ୧୫ଦଫା ଦାବୀ କୁ ନେଇ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ରକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button