ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ


କଣ୍ଟାମାଳ, ତା୧୭।୧୦(ପ୍ରଭାତ କୁମାର ସାହୁ): ବିଦ୍ୟୁତ୍ ଆଘାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଶାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା କୁଲତାଯୋର ପଞ୍ଚାୟତ ଅନ୍ତର୍ଗତ ଛପରା ଗ୍ରାମର ତାଳେଶ୍ଵର ରଣା (୨୭)ଜଣେ ରାଜ ମିସ୍ତ୍ରୀ ।ମିସ୍ତ୍ରୀ କାମ କରିବାକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମରେ ଏକ ପକ୍କା ଘର ସେଣ୍ଟିଂ କାମ କରୁଥିବା ସମୟରେ ଅସାବଧାନତା ବଶତଃ ଛାତ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଝଟକା ଲାଗି ଛାତ ଉପରୁ ପଡ଼ି ଗୁରୁତର ଆହତ ହୋଇଥିଲା।ଏହି ଖବର ଜାଣିବାପରେ ଘର ମାଲିକ ହଠାତ୍ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏନେଇ ପରିବାର ଲୋକେ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କଲା ପରେ ଶବ ବ୍ୟବଛେଦ କରିଛନ୍ତି ।ପ୍ରକାଶ ଥାଉ କି ଗତ ୩ବର୍ଷ ତଳେ ତାଳେଶ୍ୱର ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ୧ବର୍ଷର ଏକ ଝିଅ ଥିବା ଜଣାପଡ଼ିଛି । ତାଲେଶ୍ବର ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ପରିବାର ଲୋକେ ବେସାହାରା ହୋଇପଡ଼ିଛନ୍ତି ।ସରକାରଙ୍କ ପକ୍ଷରୁ ଏହି ପରିବାରକୁ କ୍ଷତିପୁରଣ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




