ବଡ଼ଚଣା ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ


ବଡ଼ଚଣା ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଛତିଆ ସ୍ଥିତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁ କାନ୍ତ ଜେନା ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ବେଳେ, ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ଜୋଳନ ଉଦ୍ଘାଟନ କରି ଥିଲେ। ସ୍କୁଲ୍ ଛାତ୍ର ପୋଲିସ୍ କ୍ୟାଡେଟ ମାନେ ମୁଖ୍ୟ ଅତିଥି ଙ୍କୁ ସ୍ଵାଗତ କରି ମଞ୍ଚ ନିକଟକୁ ପାଛୋଟି ନେଇ ଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରିଣୀ ସବିତା ସାହୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପାଧକ୍ଷ ବିଭାସ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ଜିଲ୍ଲା ପରିଷଦ ଅରବିନ୍ଦ ସାମଲ, ଜଚିନ୍ଦ୍ର ନାୟକ,ସସ୍ମିତା ମହାନ୍ତି, ଯୋତ୍ସନା ସାମଲ, ଆତ୍ମାର ଅଧକ୍ଷ ବିପିନ୍ ଜେନା, ନିରଞ୍ଜନ ସେନାପତି, ପୂର୍ବତନ ଚମ୍ପା ପୁର ସରପଞ୍ଚ ବାସୁଦେବ ସ୍ବାଇଁ,ଛତିଆ ସମିତି ସଭ୍ୟ ଦୀପକ୍ ସାହୁ, ଚିନ୍ମୟ ମହାନ୍ତି, ସୋଲର ସରପଞ୍ଚ ବିଜୟ ସ୍ୱାଇଁ, ଅଜୟ ବେହେରା, ସମିତି ସଭ୍ୟ ସଞ୍ଜୟ ବେହେରା, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, smc ସଭାପତି ଅକ୍ଷୟ ପଣ୍ଡା ଓ ସରପଞ୍ଚ ରମେଶ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ସି, ଆର, ସି ,ସି ରଶ୍ମୀ ରଞ୍ଜନ ଷେଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ସତ୍ୟ ବାଦି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସ୍କୁଲ୍ ସଭାପତି ସର୍ବେଶ୍ଵର ରାଉଳ, ପ୍ରଦୀପ ସାହୁ,ସରୋଜ ସିଂ,ବିପିନ୍ ବିଶ୍ଵାଳ,ମନୋଜ ସାମଲ,ସଙ୍କର୍ ପ୍ରସାଦ ମହାପାତ୍ର,କପିଳ ରାଉତ, ଧୀରେନ୍ଦ୍ର ନାଥ ପ୍ରମୁଖ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ଥିଲେ। ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ୧୮ ଗୋଟି କ୍ଳଷ୍ଟର୍ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ମାନସୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ପୁରସ୍କାର ବିତରଣୀ ଉତ୍ସବ ରେ ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହ୍ଲାଦ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସ୍ତର କୁ ଯିବା ପାଇଁ ଚୟନ ହୋଇ ଥିବା 21ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତି ଯୋଗୀ ଙ୍କୁ ପ୍ରମାଣ ପତ୍ର ଶହ ଟ୍ରଫି ପ୍ରଦାନ କରିଥିଲେ, ବିଚାରକ ଭାବେ ସଂଗୀତ ଗୁରୁ ଶଶୀ ଭୁଷଣ ପ୍ରଧାନ ଗାୟକ ରଜନୀ କାନ୍ତ ପୃଷ୍ଟ ଓ ନୃତ୍ୟ ଗୁରୁ ସୁପ୍ରିୟା ନନ୍ଦ ମୂଲ୍ୟାୟନ କରି ଥିଲେ ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




