LIVE TV
ପରତିମାଲ ପୋଖରୀରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ଜବତ । ଚୋରାଚାଲାଣ ପାଇଁ ପୋଖରୀରେ ବୁଡାଇ ରଖିଥିଲେ କାଠ ମାଫିଆ

କଣ୍ଟାମାଳ, ତା୧୭/୧୦:(ପ୍ରଭାତ କୁମାର ସାହୁ)ପୁଣି ଆରମ୍ଭ ହେଲା କାଠ ଚୋରାଚାଲାଣ ପାଇଁ ପ୍ରସ୍ତୁତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡ଼ା ସେକସନ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ପରତିମାଲ ପୋଖରୀ ଭିତରୁ ୩୫ ଖଣ୍ଡ କେନ୍ଦୁ ଗଣ୍ଡି ଜବତ କଲା ବନ ବିଭାଗ। ସୂଚନାମତେ ଘଣ୍ଟାପଡ଼ା ସେକସନର ଫରେଷ୍ଟର ଚନ୍ଦ୍ରଶେଖର ଦାସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜର ଟିମ ସହ ପରତିମାଲ ପୋଖରୀକୁ ଯାଇ ପାଣିରେ ପଶି ଦେଖିଲାବେଳକୁ କେନ୍ଦୁଗଣ୍ଡି ଅଛି। ଲୋକଲଗାଇ ପାଣିରୁ ୩୫ ଖଣ୍ଡ ଗଣ୍ଡି ଉଦ୍ଧାର କରି ଜବତ କରିଛନ୍ତି। ଉକ୍ତ ଚଢାଉରେ ସମସ୍ତ ବନ କର୍ମଚାରୀ ସାମିଲ ଥିଲେ । ବର୍ତ୍ତମାନ ସୁଦ୍ଧା ଜବତ କାଠଗଣ୍ଡିର ମୂଲ୍ୟ ଆକଳନ ହୋଇ ନ ଥିବା ସ୍ଥଳେ କାଠଗଣ୍ଡି କେଉଁଠୁ ଆସିଲା, ଏଥିରେ କେଉଁମାନେ ସାମିଲ ହୋଇଛନ୍ତି ତାର ତଦନ୍ତ ଚାଲିଥିବା ନେଇ ପ୍ରକାଶ କରିଛନ୍ତି ଫରେଷ୍ଟର ଶ୍ରୀ ଦାସ ।
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




