ଖୁଣ୍ଟିଗୋରାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର,୫୦ଜଣଙ୍କପରୀକ୍ଷା, ୩୦ ଜଣଙ୍କ ଅସ୍ତ୍ରୋପଚାର ପାଇଁ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର


କଣ୍ଟାମାଳ, ତା.୧୬/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ରାଜିବ ଗାନ୍ଧୀ ସେବକେନ୍ଦ୍ରଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ସମାଜସେବୀ ଚତୁର୍ଭୁଜ ରଣାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ ଏବଂ ସୋନପୁର ଜିଲ୍ଲା ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ l ଶିବିରରେ ସମୁଦାୟ ୫୦ ଜଣ ବ୍ୟକ୍ତିଙ୍କ ଆଖି ପରୀକ୍ଷା କରାଯାଇଥିଲା l ସେମାନଙ୍କ ମଧ୍ୟରୁ ୩୦ଜଣ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ପାଇଁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଚିକିତ୍ସାଳୟ ପକ୍ଷରୁ ଧର୍ମରାଜ ନାଏକ, ହରିବୋଲ ପ୍ରଧାନ, ଗୁଲେଖ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ମନୋଜ ସାହୁ ଓ ଶଙ୍କର ବନଛୋର ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ଓ ଧିରୋଜ ଭୋଇ,ଚତୁର୍ଭୁଜ ରଣା ପ୍ରମୁଖ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




