LIVE TV

ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କଣ୍ଟାମାଳରେ ବିଜେଡିର ସ୍ବେଛାକୃତ ରକ୍ତଦାନ ଶିବିର, ୩୫ୟୁନିଟ ରକ୍ତ ସଂଗୃହିତ 

କଣ୍ଟାମାଳ, ତା. ୧୬/୧୦ (ପ୍ରଭାତ କୁମାର ସାହୁ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି କହିବା ସହ ଏଭଳି ମହତ କାର୍ଯ୍ୟରେ ସମସ୍ତେ ସ୍ବେଛାକୃତ ଭାବେ ସାମିଲ ହୋଇ ରକ୍ତ ଅଭାବରୁ ଜୀବନ ଯାଉଥିବା ରୋଗୀଙ୍କ ମୁହଁରେ ହସ ଫୁଟାଇବାକୁ ଆହ୍ୱାନ ଦେଇଥିଲେ l ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ , କଣ୍ଟାମାଳ ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା,,ରାଧାବଲ୍ଲଭ ପ୍ରଧାନ, ସୁରେଶ ଚନ୍ଦ୍ର ରଣା,ସନ୍ତୋଷ ଦନ୍ତା, ଜାନି ସେନାପତି, କଣ୍ଟାମାଳ ସରପଞ୍ଚ ପ୍ରତିନିଧି ପ୍ରକାଶ ଖଟୁଆ ସମେତ ବିଜେଡି କର୍ମକର୍ତ୍ତା, ନେତା ଓ କର୍ମୀଙ୍କ ସହ ଶୁଭେଛୁମାନେ ଉପସ୍ଥିତ ଥିଲେ l ଉକ୍ତ ଶିବିରରେ ମୋଟ ୩୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଶିବିରରେ ବୌଦ୍ଧ ଜିଲ୍ଲା ଚିକିତ୍ସାଳୟର ଡାକ୍ତର ଓ ଟେକନିସିଆନ ଟିମ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ l

 

କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button