Religion

ଲମ୍ବସରି-ଦପଲା-ବରଗୋଛାର ମନୋହରପୁର ରାସ୍ତାରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ଦୁଇ ମାସରେ ଭାଙ୍ଗିଗଲା ଗାର୍ଡ ୱାର୍ଲ

 

କଣ୍ଟାମାଳ, ତା.୧୬/୧୦:(ପ୍ରଭାତ କୁମାର ସାହୁ)ଗ୍ରାମ୍ୟ ସଂଯୋଗୀ କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ସହ ରାସ୍ତା ଗୁଡିକର ସ୍ଥାୟିତ୍ୱ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡ ୱାର୍ଲ ନିର୍ମାଣ କରୁଥିଲେ ହେଁ ବିଭାଗର ଖାମଖିଆଲି ଏବଂ ଆବଶ୍ୟକ ତତ୍ତ୍ୱାବଧାନର ଅଭାବ ଯୋଗୁଁ ନିହାତି ନିମ୍ନମାନର କାର୍ଯ୍ୟ ହେଉଥିବା ଏହି ଗାର୍ଡ ୱାର୍ଲ ଗୁଡିକ ନିର୍ମାଣର ମାତ୍ର ଦୁଇ ମାସ ମଧ୍ୟରେ ଭାଙ୍ଗି ମାଟିରେ ମିଶି ଯାଉଥିବା ଦେଖି ବାକୁ ମିଳୁଛି l ସମ୍ପ୍ରତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ରାସ୍ତା ଓ଼ କୋଠାବାଡି ଉପଖଣ୍ଡ ଅଧିନସ୍ଥ ଲମ୍ବସରୀ – ଦପଲା – ବରଗୋଚ୍ଛା ରାସ୍ତାର ମନୋହରପୁରଠାରେ ନିର୍ମିତ ପ୍ରାୟ ୫୦ ମିଟର ଗାର୍ଡ ୱାର୍ଲ ଗତ ବର୍ଷାରେ ଭାଙ୍ଗି ଧାନ ବିଲରେ ପଡି ଥିବା ଦେଖି ବାକୁ ମିଳିଛି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ ନିର୍ମାଣ ସମୟରେ ନିମ୍ନ ମାନର କାମ ସହ କାମର ତଦାରଖ ବିଭାଗ ଆଦୌ କରୁ ନଥିବାରୁ ଗାର୍ଡ ୱାର୍ଲ ଗୁଡିକର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବ୍ୟୟ ବହୁଳ ଗାର୍ଡ ୱାର୍ଲ ଗୁଡିକ ସାଧାରଣ ବର୍ଷାରେ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି l ଭାଙ୍ଗି ଥିବା ଗାର୍ଡ ୱାର୍ଲ ସମ୍ପର୍କରେ ରାସ୍ତା ଓ଼ କୋଠାବାଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବଦଳି ଅନ୍ୟତ୍ର ହୋଇ ଯାଇଛି ,ଏଣୁ ଏହା ସମ୍ପର୍କରେ କୌଣସି ସୂଚନା ଆମ ପାଖରେ ନାହିଁ l କାହିଁକି ଓ଼ କେଉଁ ପରିସ୍ଥିତିରେ ଗାର୍ଡ ୱାର୍ଲଟି ନିର୍ମାଣର ମାତ୍ର ଦୁଇ ମାସରେ ଭାଙ୍ଗି ମାଟିରେ ମିଶିଗଲା ସେ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବୀ ହେଉଛି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button