ଅଚଳ ପମ୍ପ ଯୋଗୁଁ ତିନି ସପ୍ତାହ ହେଲା କଲରାକୋଠା ଗ୍ରାମବାସୀ ଙ୍କୁ ମିଳୁନି ପାନୀୟ ଜଳ l


କଣ୍ଟାମାଳ,ତା.୧୬/୧୦(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ପଂଚାୟତର ନାକ ତଳେ ରହୁ ଥିବା ରାଜସ୍ୱ ଗ୍ରାମ କଲରାକୋଠା l ଏଠାରେ ବାସ କରନ୍ତି ପ୍ରାୟ ଦୁଇ ହଜାର ଲୋକ l ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ନିମନ୍ତେ ରହିଛି ଏକମାତ୍ର ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ଏହି ଗ୍ରାମବାସୀଙ୍କ ଏହି ଜଳ ଯୋଗାଣ ପ୍ରକଳ୍ପଟି ଗତ ଦୁଇ ସପ୍ତାହ ହେଲା ଅଚଳ ହୋଇ ପଡ଼ିଥିବାରୁ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ହଇରାଣ ହେଉ ଥିଲେ ହେଁ ଏଥି ପ୍ରତି ଗ୍ରାମ ପଞ୍ଚାୟତ ନା ଜଳ ଓ ପରିମଳ ବିଭାଗ କେହି ସୁଦ୍ଧା ଗୁରୁତ୍ୱ ଦେଉ ନଥିବା ଦେଖି ବାକୁ ମିଳୁଛି l ସୂଚନା ପ୍ରକାରେ ବିଜୁଳି ମାଡ଼ରେ ମୋଟର ପମ୍ପଟି ଅଚଳ ହୋଇ ପଡ଼ିଥିବା ବେଳେ ଏହାରି ମରାମତି ପାଇଁ ଘର ପିଛା ଏକ ଶହ ଟଙ୍କାଏ ଆଦାୟ ହୋଇଥିଲେ ହେଁ ଏଯାବତ ମୋଟର ପମ୍ପଟିକୁ ସଜାଯାଇ ପାରି ନଥିବା ଜଣା ଯାଇଛି l ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଦୀର୍ଘ ତିନି ସପ୍ତାହ ହେଲା କଲରାକୋଠା ବାସୀଙ୍କୁ ମୁନ୍ଦାଏ ଜଳ ନମିଳିପାରିବା ବେଶ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




