କୁକିଆ ରେ ଜଳନ୍ଧର ରାଜ୍ ଦରବାର ଅନୁଷ୍ଠିତ


ଉଲୁଣ୍ଡା ୧୬/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୁକିଆ ଠାରେ ରଘୁନାଥ କ୍ଲବ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଜଳନ୍ଧର ଦରବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିନ ର ଉଦ୍ଘାଟନୀ ଉତ୍ସବ ରେ ରଘୁନାଥ କ୍ଲବ ର ସଭାପତି ରାଧାକାନ୍ତ ପୁରୋହିତ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ପଞ୍ଚମହଳା ସରପଞ୍ଚ ଅଶୋକ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଳକ କୃଷକ ସଙ୍ଗଠନ ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ,ପଞ୍ଚମହଳା ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ପୁରୋହିତ, ସମାଜସେବୀ ବୃନ୍ଦାବନ ସୁରୁଜାଲ,ସମାଜସେବୀକା ସଂଯୁକ୍ତା ତନ୍ତୀ ଯୋଗ ଦେଇଥିଲେ।ଏହି ଜଳନ୍ଧର ଦରବାର ତିନି ଦିନ ଧରି ଚାଲିବ ବୋଲି ଯାତ୍ରା କମିଟି ପକ୍ଷରୁ ଜଣାପଡିଛି। ଏହି ଅବସରରେ ସମ୍ବର୍ଦ୍ଧନା ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ଉତ୍ସବ,ମୀନାବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜଳନ୍ଧର ଭୂମିକାରେ ମହାରାଜ ଗୋପାଳ ଚନ୍ଦ୍ର ଦାଶ ଅଭିନୟ କରି ଲୋକଙ୍କ ମନ ମୋହି ଥିଲେ।ଏହି କାର୍ଯ୍ୟକ୍ରମ କୁ ଅନନ୍ତ ନାରାୟଣ ପୁରୋହିତ ପରିଚାଳନା କରିଥିବା ବେଳେ ଶିବ ନାରାୟଣ ପୁରୋହିତ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ପ୍ରଥମ ଦିନରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




