Country

ମାଣିକେଶ୍ଵରୀ ବାର୍ଷିକ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

 

ବିନିକା, ୧୬/୧୦ (ସମର୍ଥ ନ୍ୟୁଜ୍) ବିନିକା ବ୍ଲକ ବାଉଁଶୂଣୀ ଗ୍ରାମରେ ମାଁ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ବାର୍ଷିକ ପୂଜା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ କୈବର୍ତ୍ତ ସମାଜର ସଭାପତି ଗୌରାଙ୍ଗ ଦଣ୍ଡସେନା ସଭାପତିତ୍ଵ କରିଥିଲେ। ସର୍ବ ସମ୍ମତି କ୍ରମେ ନଭେମ୍ବର ମାସ ୪ ତାରିଖରେ ମାଁ ମାଣିକେଶ୍ଵରୀ ପୂଜା ଉତ୍ସବ ସୂଚାରୁ ରୂପେ ପାଳନ କରାଯିବ ଏବଂ ଏହି ଦିନ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ବୈଠକରେ ସଂଘର ଉପ ସଭାପତି ଅନିଲ ପାଣ୍ଡେ, ସମ୍ପାଦକ ଘନଶ୍ୟାମ ମୁଦୁଲି, ଉପଦେଷ୍ଟା ସଭ୍ୟ ଡୋଳାମଣି ତରିଆ, କୋଷାଧ୍ୟକ୍ଷ ଏକାମୁନସି ମଲ୍ଲିକ, ବାବୁଲୁ ମଲ୍ଲିକ, ରାଜୁ ପାଣ୍ଡେ, ଅଶୋକ ପାଣ୍ଡେ, ସୁକାନ୍ତ ନାଏକ ସମେତ ପଞ୍ଚାୟତ ସ୍ତରୀୟ ସଭାପତି, ସମ୍ପାଦକ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ଭାଗ୍ୟଧର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button