LIVE TV

ପହଁରା ପ୍ରତିଯୋଗିତାରେ ହାରିଗଲେ ଜନ୍ମେଜୟ ପୋଖରୀ ମଝିରେ ଇତି

 

କୁଜଙ୍ଗ :- ଏମିତି ହେବ ବୋଲି ସେ କଣ ଜାଣିଥିଲା ? ପୋଖରୀର ଏପାଖରୁ ସେପାଖକୁ ଯିବାପାଇଁ ପ୍ରତିଯୋଗିତା କରୁଥିଲା ପୋଖରୀ ଜଳରେ ! ଅଭିମନ୍ୟୁ ପରି ଚାଲିଗଲା ସିନା ହେଲେ ଆସିପାରିଲାନି କୂଳକୁ ! ଅଟକିଗଲା ପୋଖରୀ ମଝିରେ ! ଆଉ ଉପାୟ ନଥିଲା ଫେରିବାକୁ !ସେଇଠି ଅଟକିଗଲା ଜୀବନର ଯାତ୍ରା !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଧୀନ ରାହାମା ନିକଟସ୍ଥ ଭରାଳୋ ଗ୍ରାମର ପ୍ରମୋଦ ଭୂଇଁୟା ଙ୍କ 13 ବର୍ଷର ପୁଅ ଜନ୍ମେଜୟ ଗ୍ରାମ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ର ! ବିଦ୍ୟାଳୟ ଛୁଟି ଥିବାରୁ ସାଥୀ ପିଲାଙ୍କ ସହିତ ଗାଁ ପୋଖରୀରେ ଗାଧୋଉଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି ! ସାଙ୍ଗ ମାନଙ୍କ ସହିତ ପୋଖରୀର ଏକ ପାଖରୁ ଅପର ପାଖକୁ ପହଁରି ପହଁରି ଯାଉଥିବା ସମୟରେ ମଝି ପୋଖରୀରେ ଦମ୍ ହରେଇ ବୁଡ଼ିଯାଇଥିଲା ଜନ୍ମେଜୟ ! ପୋଖରୀରୁ ଉଦ୍ଧାର କରି ତୁରନ୍ତ ମଣିଜଙ୍ଗା ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ କୌଣସି ପ୍ରକାରେ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ନଥିଲା ! ଅପରାହ୍ନରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ! ଏହି ଖବର ଗ୍ରାମରେ ସମସ୍ତଙ୍କୁ ଦୁଃଖ ଦେଇଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ! ସାଙ୍ଗସାଥି ପିୟ ପରିଜନ ଏପରିକି ବିଦ୍ୟାଳୟ ର ସମସ୍ତ ଶିକ୍ଷା କର୍ମଚାରୀ ଘୋର ଦୁଃଖ ପ୍ରକାଶ କରିଥିବାର ଦେଖାଯାଇଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button