ମହଦା ଯୋଗାଳୟ ପକ୍ଷରୁ ୨୯ରେ ରକ୍ତଦାନ ଶିବିର


ବିନିକା, ୧୬/୧୦ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ଆଞ୍ଚଳିକ ପତଞ୍ଜଳି ଯୋଗାଳୟ ଶିବିରରେ ଯୋଗ କମିଟି ସଭାପତି ରାଜିନ୍ଦ୍ର ଭୋଇଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରାମେ ଆସନ୍ତା ଅକ୍ଟୋବର ୨୯ରେ ଯୋଗାଳୟ କେନ୍ଦ୍ର ଠାରେ ସମ୍ଵାଦ ଆମ ଓଡିଶା ଓ ପତଞ୍ଜଳି ଆଞ୍ଚଳିକ ଯୋଗାଳୟ ମହଦା ମିଳିତ ଭାବରେ ଏକ ରକ୍ତଦାନ ଶିବିର ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଅବସରରେ ଯୋଗଗୁରୁ ଅଶ୍ଵିନୀ କୁମାର ନାୟକ, ସାନୁର୍ଜ୍ୟ ସେଠ, ମୁରାରୀ ସା, ଜୀବର୍ଦ୍ଧନ ପଧାନ, ତହସିଲ ଭୋଇ, ଧନପତି ବିଶି, ଚନ୍ଦ୍ରଭାନୁ ଚୌଧୁରୀ, ଅଂଶୁମାନ ଶତପଥି, ବାବୁଲାଲ ବରିହା, ବାସୁଦେବ ସିଂଦେଓ, ରୁନୁ ବାରିକ, ପଦ୍ମନାଭ ଭୋଇ, ପଦ୍ମନାଭ ସାହୁ, ସୁଧିର ଭୋଇ, ମହେଶ୍ବର ପୃଷ୍ଟି, ସ୍ଵାଧିନ ସା, ଅନିରୁଦ୍ଧ ପଧାନ, ବାହାଦୁଲ ଚୌଧୁରୀ, ରୁଷି ନାଏକ, ସମ୍ଵାଦ, ସେଲେଡି ପ୍ରତିନିଧି ପରକ୍ଷିତ ବାଘ ଯୋଗାଳୟର ସମସ୍ତ ସଦସ୍ୟ ସଦସ୍ୟା ସମେତ ମହଦା, ବାଞ୍ଜିପାଲି, କଟାପାଲି, କୌଉଡିଆମୁଣ୍ଡା, ଚୌକାମାଲ, ବାବୁପାଲି, ସିଆଲି ତଥା ସମସ୍ତ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଶେଷରେ ଯୋଗ ସମିତିର ସଂଯୋଜକ ଶୁରେଷ୍ଟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବିନିକା ରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)




