କଣ୍ଟାମାଳ ବ୍ଳକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ରାଜ୍ୟ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ


କଣ୍ଟମାନ, ୧୫|୧୦ ( ପ୍ରଭାତ କୁମାର ସାହୁ ) : ରାଜ୍ୟ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାଏକ ରବିବାର କଣ୍ଟାମାଳ ବ୍ଲକ ଗସ୍ତରେ ଆସିଥିଲେ | ଜଳଛାୟା ବିଭାଗ ଅଧିନରେ ଚାଲିଥିବା ଆଇ ଏଫ୍ ଏସ ତଥା ବିଭାଗ ପକ୍ଷରୁ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ | ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ସହ କାର୍ଯ୍ୟର ତଦାରଖ କରିଥିଲେ | ଆଜି ଅପରାହ୍ନରେ କଣ୍ଟାମାଳ ବ୍ଲକ ଶିମିଳିପଦର ଗ୍ରାମର ହିତାଧିକାରୀ ସୁଶାନ୍ତ ମିଶ୍ରଙ୍କ ଦ୍ଵାରା କରାଯାଇଥିବା ପୋଖରୀ, ଛେଳି ଚାଷ, କୁକୁଡ଼ା ବତକ ଚାଷ ଆଦି ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ | ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ ସରକାରଙ୍କ ଯୋଜନା ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ନା ନାହିଁ ସେ ବିଷୟରେ ଆଲୋଚନା କରିଥିଲେ | ଜଳଛାୟା ନିର୍ଦ୍ଦେଶକ ଆଜି କଣ୍ଟାମାଳ ବ୍ଲକର ପଲସାଗୋରା, ଯୋଗିନ୍ଦ୍ରପୁର, ଖଟଖଟିଆ ଆଦି ପଞ୍ଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ | ଏହି ଗସ୍ତ ସମୟରେ ବୌଦ୍ଧ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ମହାନ୍ତି, କଣ୍ଟାମାଳ ବ୍ଲକ ସହକାରୀ କୃଷି ଅଧିକାରୀ ରାଜୀବ ସାହୁ, କୃଷି ଗ୍ରାମସେବକ ପୂର୍ଣ୍ଣାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




