ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ଗଠନ ପାଇଁ ପ୍ରସ୍ତୁତି ବୈଠକ


କଣ୍ଟାମାଳ, ତା ୧୫/୧୦ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ହାଇସ୍କୁଲ ପରିସରରେ ଜିଲ୍ଲା ଓବିସି ମଞ୍ଚ ଗଠନ ନେଇ ଏକ ପ୍ରସ୍ତୁତି ବୈଠକ ସରୋଜ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ବ୍ଲକ ଅଂଚଳର ଓବିସି ଶ୍ରେଣୀ ଅନ୍ତର୍ଗତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉକ୍ତ ସଭାରେ ଯୋଗଦେଇଥିଲେ l ସମସ୍ତ ଓବିସି ପରିବାରର ଉନ୍ନତି, ଜାତିଗତ ପ୍ରମାଣପତ୍ର, ଚାକିରି କ୍ଷେତ୍ରରେ ଅଧିକ କୋଟା, ଲୋକପ୍ରତିନିଧି ସଦସ୍ୟତା ପାଇଁ ସ୍ୱତନ୍ତ୍ର କୋଟା ସମେତ ଅନେକ ଅସୁବିଧା,ବିଭିନ୍ନ ସମସ୍ୟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆଦି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ଓବିସି ମଞ୍ଚ ଗଠନର ଆବଶ୍ୟକତାକୁ ନେଇ ବୈଠକରେ ପ୍ରସ୍ତାବ ରଖାଯାଇଥିଲା l ପ୍ରତିମାସରେ କିମ୍ବା ନିର୍ଦିଷ୍ଟ ସମୟ ବ୍ୟବଧାନରେ ବୈଠକ କରାଯିବା ସମ୍ପର୍କରେ କୁଲୁତା ସମାଜ ସଭାପତି ସଦାନନ୍ଦ ପ୍ରଧାନ ପ୍ରସ୍ତାବ ଦେଇଥିଲେ l ସେହିପରି ଓବିସି ସମାଜ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ କମିଟି ଗଠନ ନେଇ ସଞ୍ଜୟ କୁମାର ସାହୁ ପ୍ରସ୍ତାବ ଦେଇଥିବା ବେଳେ ପ୍ରଦୀପ ବିଶ୍ୱାଳ ଓବିସି ଆପ୍ପ ତିଆରି ପାଇଁ ପ୍ରସ୍ତାବ ଦେଇଥିଲେ l ମୁଁ ଜଣେ ଓବିସି ବାର୍ତ୍ତା ନେଇ ଗାଁ ଗାଁ ପହଞ୍ଚାଇ ପ୍ରକୃତ ଅଧିକାର ପାଇଁ ଲଢେଇ ସମୟ ଆସିବା ନେଇ ବୈଠକରେ ଶୌଣ୍ଡିକ ସମାଜର ଉପଦେଷ୍ଠା କାର୍ତ୍ତିକେଶ୍ଵର ବେହେରା ମତ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣାନନ୍ଦ ପ୍ରଧାନ, ଜଗନ୍ନାଥ ମହାପାତ୍ର , ତରଣୀସେନ ପ୍ରଧାନ, ସଞ୍ଜୟ କୁମାର ସାହୁ, ପ୍ରଭାତ କୁମାର ସାହୁ, ଦେବାନନ୍ଦ ବେହେରା, ପ୍ରତାପ କୁମାର ବିଶ୍ୱାଳ,ଆଶିଷ କୁମାର ସାହୁ,କ୍ଷୀରତୀନ୍ଦ୍ର କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର କମ୍ପ, ଶିବ କମ୍ପ, ରାମକୃଷ୍ଣ ମହାକୁଡ଼, ପ୍ରହଲ୍ଲାଦ ମାଝୀ, ଦିଗାମ୍ବର ସାହୁ, ଅରୁଣ କୁମାର ପ୍ରଧାନ,ସତ୍ୟନାରାୟଣ ସାହୁ, ଦଧି ସିଂହ, ପଞ୍ଚାନନ ଭୋଇ, ସଂକୀର୍ତ୍ତନ ଦେହୁରୀ,ଭାର୍ଜନ ପ୍ରଧାନ ସମେତ ବହୁ ସଂଖ୍ୟାରେ ଓବିସି ଶ୍ରେଣୀର ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନାରେ ଭlଗନେଇଥିଲେ l ପରିଶେଷରେ ସୁଦାମ ସାହୁ ଧନ୍ୟବାଦ ଦେଇଥିଲେ।
କଣ୍ଟାମାଳ ବ୍ଳକର ଖଟଖଟିଆରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




