ନିଆଳୀ ଥାନା ପକ୍ଷରୁ ଗୋଟିଏ ଦିନରେ ୩ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


ଆମ ପୋଲିସ୍ ସମିତି କାର୍ଯ୍ୟକ୍ରମ , ବରିଷ୍ଠ ନାଗରିକ ମାନଙ୍କୁ ପରିଚୟପତ୍ର ବଣ୍ଟନ ଓ ସାଇବର ସୁରକ୍ଷା ଅଭିଯାନ ଭଳି ୩ଟି କାର୍ଯ୍ୟକ୍ରମ ନିଆଳୀ ଥାନାର ଭାରପ୍ରାପ୍ତ ଅଧିକାରୀ ତପନ କୁମାର ରାଉତ ଙ୍କ ତତ୍ତ୍ୱବଧନରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ନିଆଳୀ ଥାନା ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ସରିଲା ପରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ଗ୍ରାମାଞ୍ଚଳ sp-ଅଭିଲାସ୍ ପଣ୍ଡା, SDPO-ରସ୍ମିରଞ୍ଜନ ସାହୁ, DSP-ଅଶ୍ୱିନୀ କୁମାର ସାହୁ, Niali iic-ତପନ କୁମାର ରାଉତ ଏବଂ BDO-ଉଲଷ କୁମାର ସେଠି ଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା। ଥାନା ପରିସର ରୁ କାର୍ଯ୍ୟକ୍ରମ ସରିଲା ପରେ ଉପସ୍ଥିତ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳ ର ବହୁ ଜନ ସାଧାରଣ ପଦ ଯାତ୍ରା କରି ନିଆଳୀ ବଜାର ପର୍ଯ୍ୟନ୍ତ ଆସିଥିଲେ। ବଜାର ମଧ୍ୟରେ ସାଇବର ସୁରକ୍ଷା ଅଭିଯାନ ର ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଦେଖିବା ସହ ଉପସ୍ଥିତ ଜନ ସାଧାରଣ ଙ୍କୁ ସାଇବର ଅପରାଧ ବିଷୟରେ ଲୋକମାନଙ୍କୁ ସଚେତନା କରାଯାଇଥିଲା। ପୋଲିସ ପକ୍ଷରୁ ଏଭଳି ସଚେତନା କାର୍ଯ୍ୟକ୍ରମ କରାଯାଇ ଥିବାରୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।
କଟକ ଜିଲ୍ଲା ନିଆଳି ବ୍ଲକ ରୁ ସେକ୍ ଫୟାଜ ଉଦ୍ଧିନ ଙ୍କ ରିପୋର୍ଟ ସମର୍ଥ ନିୟୁଜ




