ଦ୍ୱିତୀୟ ଜିଓ ଟେକ ପାଇଁ ଦାବି କଲେ ମହିଳା ତପେଶ୍ଵରୀ


ଉଲୁଣ୍ଡା ୧୫/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଲାପାଲି ର ମହିଳା କୁମାରୀ ତପେଶ୍ଵରୀ ତ୍ରୀପାଠୀ ଏସ.ସିସିସି ତାଲିକାରେ ତାଙ୍କ ନାମ ଥାଇ ସେ ପ୍ରଧାନମନ୍ତ୍ରୀ ଘର ପାଇଛନ୍ତି। ଏବଂ ତାଙ୍କ ନାମରେ ରେକର୍ଡ ଥାଇ ଘର ତିଆରି କରିଥିବା କହିଛନ୍ତି। ଏଥିରେ ପ୍ରଥମ ଜିଓଟେକ ମଧ୍ୟ ହୋଇଛି ଓ ସେ ୪୦,୦୦୦ ଟଙ୍କା ମଧ୍ୟ ପାଇଛନ୍ତି।ତେବେ ଦୁଇ ନମ୍ବର ଜିଓ ଟେକ କରିବା ପାଇଁ W.E.O ଙ୍କୁ କହିବାରୁ ସେ କିଛି ନ କହି ନୀରବ ରହିଥିବା ତପେଶ୍ଵରୀ କହିଛନ୍ତି।ଏ ପର୍ଯ୍ୟନ୍ତ ଦୁଇ ନମ୍ବର ଜିଓ ଟେକ କରାଗଲା ନାହିଁ।ଯାହା ଫଳରେ ଏପର୍ଯ୍ୟନ୍ତ ସେ ଟଙ୍କା ପାଇପାରି ନାହାନ୍ତି।ଏ ସମ୍ପର୍କରେ ରେ W.E.O , ବିଡ଼ିଓ, ଜିଲ୍ଲାପାଳ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ସରକାର ଙ୍କ ତରଫରୁ ମହିଳାମାନଙ୍କ ପ୍ରତି ୩୩% ସଂରକ୍ଷଣ କରାଯାଇଥିବା ସତ୍ବେ ଅବିବାହିତ ମହିଳା ପ୍ରତି ସଂକୀର୍ଣ୍ଣ ମନୋଭାବ ସର୍ବସାଧାରଣ ଙ୍କ ସହିତ ମୋ ପ୍ରତି ଅବିଚାର ହୋଇଥିବା ତପେଶ୍ଵରୀ କହିଛନ୍ତି।୨୦ଦିନ ହେଲାଣି ତାଙ୍କ ଘର ର କାମ ଛାତ ଲେବୁଲ ରେ କାମ ସରିଛି ହେଲେ ଏ ପର୍ଯ୍ୟନ୍ତ ଟଙ୍କା ପାଇଁ ନାହାନ୍ତି।ଅତିଶୀଘ୍ର ଘର ର ଜିଓଟେକ କରି ଟଙ୍କା ପାଇବାକୁ ତପେଶ୍ଵରୀ ଦାବି କରିଛନ୍ତି।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ




