ସ୍ବର୍ଣ୍ଣ ପଦକ ବିଜେତା ଟେନିକଟ ଖେଳାଳି ନିର୍ମଳ ସେନ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଚଳିତ ମାସ 10ତାରିଖ ରେ ଦକ୍ଷିଣ ଆଫ୍ରିକା ର ପ୍ରିଟୋରିଆ ଠାରେ 5ମ ବିଶ୍ୱ କପ ଟେନିକଟ ଚମ୍ପିୟାନ ସିପ ଅନୁଷ୍ଠିତ ହୋଇଥିଲା, ଏଥିରେ ଜର୍ମାନୀ ଆମେରିକା ଆଫ୍ରିକା ଓ ଭାରତ ପ୍ରଭୁତି 8ଟି ଦେଶ ଭାଗ ନେଇଥିଲେ, ଭାରତୀୟ ଦଳ ଉର୍ନତ ମାନର ଖେଳ ପ୍ରଦର୍ଶନ କରି ବରିଷ୍ଟ ବର୍ଗ ରେ ଦଳ ଗତ ବ୍ରୋଞ୍ଜ ପଦକ ଓ କନିଷ୍ଠ ବର୍ଗ ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା, ଭାରତୀୟ ଦଳର ଓଡିଶା ର ଖେଳାଳି ନିର୍ମଳ ସେନ କନିଷ୍ଟ ବର୍ଗ ଖେଳି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି, ଗତ କାଲି ଭୁବନେଶ୍ୱର ବିଜୁ ପଟନାୟକ ବିମାନ ବନ୍ଦର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା, ଓଡିଶା ସରକାର ଙ୍କ କ୍ରୀଡା ନିର୍ଦେଶାଳୟ ର ପ୍ରତିନିଧି ବିଜୟ କୁମାର ରାଉତ ଓଡିଶା ଆମେଟୁର ଟେନିକଟ ଆସୋସିଏସନ ସମ୍ପାଦକ ଶ୍ରୀକାନ୍ତ କୁମାର ସିନ୍ହା ଚେୟାର ମାନ ଗୋଲକ ଚନ୍ଦ୍ର ନାୟକ କୋଷାଧକ୍ଷ ପ୍ରତାପ କୁମାର ଆଚାର୍ଯ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ ଭଦ୍ରକ ଜିଲ୍ଲାର ସମ୍ପାଦକ ସଭାପତି ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ ଶୁଭେଛୁ ମାନେ ଉପସ୍ଥିତ ଥିଲେ ଏହି ସଫଳତା ପଛରେ ଆସୋସିଏସନ ର ସଭାପତି ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥି ଙ୍କ ପୃଷ୍ଟ ପୋଷକତା ରାଜ୍ୟ ସରକାର ଙ୍କ କ୍ରୀଡା ନିର୍ଦେଶାଳୟ ଓଡିଶା ଅଲମ୍ପିକ ଆସୋସିଏସନ ଓ ରାଜ୍ୟ ସଂଗଠନ ର କର୍ମ କର୍ତ୍ତା ମାନଙ୍କର ଭୁମିକା ଗୁଋତ୍ୱପୂର୍ଣ
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




