Country

ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ରବି ଶତପଥିଙ୍କ ରୋଗାକ୍ରାନ୍ତ ଜୀବନ 

କୁଜଙ୍ଗ :- ପାଟିରୁ ବାହାରୁନି କଥା ! ଲିଭିଯାଇଛି ଓଠରୁ ହସ ! ଗୁମୁରି ଗୁମୁରି କାନ୍ଦୁଛି ହୃଦୟ ଏଇ ବୋଧେ ଜୀବନର ଶେଷ !ମୋହିନୀ ଗଣନାଟ୍ୟ ରେ ଅନୁବନ୍ଧିତ ହୋଇଥିଲେ , ଚଳିତ ବର୍ଷର ଅଭିନୟ ପାଇଁ ! ହେଲେ ଜାଣିନଥିଲେ ଯେ ନିଜ ଜୀବନର ଅଭିନୟ ପୃଷ୍ଠା ସରିଆସିଲାଣି ବୋଲି ! ଆକସ୍ମିକ ଭାବେ ପେଟର ଯନ୍ତ୍ରଣା ଟାଣିଆଣିଲା ମେଡିକାଲର ବେଡ଼ ଉପରକୁ ! ପରୀକ୍ଷା ନିରୀକ୍ଷା ରୁ ଜଣା ପଡିଲା ତାଙ୍କୁ କର୍କଟ ରୋଗର ଭୁତାଣୁ ଭିତରେ ଭିତରେ ଆକ୍ରାନ୍ତ କରିସାରିଛି ! ଅନେକ ଡାକ୍ତରଙ୍କୁ ପରାମର୍ଶ କଲାପରେ ଶେଷକୁ ନିଜ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରଙ୍ଗମଞ୍ଚରହାସ୍ୟ ସମ୍ରାଟ ରବି ଶତପଥି ! ଦର୍ଶକ ମାନଙ୍କୁ ହସେଇ ହସେଇ ବେଦମ୍ କରିଦେଉଥିବା ଅଭିନେତାର ଓଠରୁ ଆଉ ବାହାରିବନି ସୁଆଦିଆ ହସ କଥା ! ଝାଉଁଳା ଫୁଲପରି ଅବଶ୍ ଆଖିରେ କହିବାକୁ ଚାଁହୁଛନ୍ତି ଅନେକ ବିଷୟ ! କିନ୍ତୁ ମୃତ୍ୟୁ ସହିତ ଲଢ଼ୁଥିବା ଅସମର୍ଥ ବ୍ୟକ୍ତି ବିଚରା କରିବ ବା କଣ ? ଝୁରୁଛନ୍ତି ସାଥୀ କଳାକାର ! ମନେ ପକାଉଛନ୍ତି ଦର୍ଶକ ! ଖୋଜିଲା ଖୋଜିଲା ଆଖିରେ ସ୍ମୃତି ସାଉଣ୍ଟୁଛନ୍ତି ଅନ୍ତରଙ୍ଗ ବନ୍ଧୁମାନେ ! ଶାଗୁଣା ବସିଛି ଡେଣା ମେଲେଇ ନାଟକର ପଦୁ ମହାନ୍ତି ଭାଗ୍ୟ ଡାଳରେ ଖିଙ୍କାରି ହେଉଛି ରୋଗର ଶାଗୁଣା ! ସେଇ ଯୋଗଜନ୍ମା ହାସ୍ୟ ଅଭିନେତା ହେଉଛନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ଆଗପାଳ ପଞ୍ଚାୟତର କଳଦୀପ ଗ୍ରାମର ବରିଷ୍ଠ ହସ୍ୟାଭିନେତା ରବି ଶତପଥି ! ତିନିଶହରୁ ଉର୍ଦ୍ଧ ନାଟକରେ ଦର୍ଶକମାନଙ୍କର ମନୋରଞ୍ଜନ ସମ୍ରାଟ,ଆଜି ରୋଗ ଶଯ୍ୟାରେ ! କର୍କଟ ରୋଗରେ ଆକ୍ରାନ୍ତ ଶ୍ରୀଯୁକ୍ତ ଶତପଥି ଏବେ ଜୀବନର ଶେଷ ସ୍ମୃତି କୁ ସାଉଣ୍ଟୁ ସାଉଣ୍ଟୁ ନିର୍ବାକ ନିସ୍ତେଜ ହେଇ ଜଳଜଳ ହେଇ ଚାଁହୁଛନ୍ତି ସିନା କିଛି ବି କରିବାର ଶକ୍ତି ନାହିଁ !ଏହା ମଧ୍ୟରେ ଅନେକ ନାମୀ ଦାମୀ କଳାକାର ମାନେ ତାଙ୍କୁ ଦେଖା କରି ଦୁଃଖିତ ହୃଦୟରେ ଫେରୁଛନ୍ତି ! କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହି ଯେ ଦୁନିଆଁ କୁ ହସାଉଥିବା ବ୍ୟକ୍ତି ପାଇଁ ପ୍ରଶାସନ କୌଣସି ସହାୟତା ଦେଇପାରିନାହିଁ !ସାଙ୍ଗସାଥୀ କଳାକାର ମାନଙ୍କର ଯଥାସାଧ୍ୟ ସାହାଯ୍ୟ ମେଡ଼ିସିନ ପାଇଁ ଖୋରାକ ଯୋଗାଇ ଆସିଛି ବୋଲି ଶୁଣିବାକୁ ମିଳିଛି ! ଚର୍ଚ୍ଚା ହେଉଛି ଯେ ଯୋଉ ଯାତ୍ରାନୁଷ୍ଠାନ ପାଇଁ ରବି ଶତପଥି ମହାଶୟ ଅଭିନୟ କରି ଅନୁଷ୍ଠାନକୁ ବଞ୍ଚେଇ ରଖିଥିଲେ ସେ ସମସ୍ତ ଅନୁଷ୍ଠାନର ମାଲିକ ମାନେ ତାଙ୍କର ଦୁଃଖଦ ସମୟରେ ଟିକିଏ ସହାନୁଭୂତି ଦେଖେଇବାର ଆବଶ୍ୟକ ଅଛି ! ପ୍ରଶାସନ ମଧ୍ୟ କଳାକାର ମାନଙ୍କ ଦୁଃସମୟରେ ସହାୟତା କରିବା ଉଚିତ ବୋଲି ବହୁ ସଂସ୍କୃତି ପ୍ରେମୀ ବ୍ୟକ୍ତି ଚର୍ଚ୍ଚା କରୁଥିବାର ଦେଖାଯାଇଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button