Country

ଭୁବନେଶ୍ୱର ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ସକ୍ରିୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସୁପ୍ରିମୋ

କଣ୍ଟାମାଳ, ତା୧୪/୧୦:(ପ୍ରଭାତ କୁମାର ସାହୁ)ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେଡି । ଏନେଇ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟର ଶଙ୍ଖ ଭବନରେ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଜେଡିର ସକ୍ରିୟ କର୍ମୀଙ୍କୁ ନେଇ ଆୟୋଜିତ ହୋଇଥିଲା କର୍ମୀ ସମ୍ମିଳନୀ । କଣ୍ଟାମାଳ ବିଧାୟକ ଶ୍ରୀ ମହୀଧର ରଣାଙ୍କ ତତ୍ତ୍ଵାବଧାନରେ ମିଳିତ କର୍ମୀ ସମ୍ମିଳନୀରେ ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ହେଲେ ୨୩ ବର୍ଷର ବିଜେଡି ସରକାରର ଜନକଲ୍ୟାଣ ଯୋଜନାମାନ ଗାଁ ଗାଁରେ ତଥା ପ୍ରତ୍ୟେକ ଘରକୁ ଘର ବୁଲି ପ୍ରତ୍ୟେକ ନାଗରିକଙ୍କୁ ବୁଝାଇବା ପାଇଁ ଗୁରୁମନ୍ତ୍ର ଦେଲେ ବରଷ୍ଠ ବିଜେଡି ନେତା । ଯେପରି ୨୦୨୪ ରଣାଙ୍ଗନରେ ନବୀନ ପଟ୍ଟନାୟକଙ୍କ ହାତମୁଠକୁ ମଜଭୂତ କରି ବିଜେଡି ପ୍ରାର୍ଥୀ ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ। ଉକ୍ତ କର୍ମୀ ସମ୍ମିଳନୀରେ ପ୍ରାୟ ୨୫୦ ମହିଳା ଓ ପୁରୁଷକର୍ମୀ ଯୋଗ ଦେଇଥିଲେ।

 

କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button