LIVE TV

ଓଡିଶା ସରକାର ସାଇବର ଠକେଇ ରୋକିବା ନିମନ୍ତେ ସାଇବର ସୁରକ୍ଷା ଅଭିଯାନ୨୦୨୩ ଆରମ୍ଭ

କଟକ ଜିଲ୍ଲା ନିଆଳି ବ୍ଲକ ର ସେକଫୟାଜଉଦ୍ଦିନ ।। ଇଣ୍ଟରନେଟର ବହୁଳ ବ୍ୟବହାର ଫଳରେ ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ଡିଜିଟାଲ ରିଭୋଲେସନ ହେବା ଫଳରେ ସାରା ଠକ ଚାରିଆଡେ ଜାଲ ବିଛାଇ ଜନ ସାଧାରଣଙ୍କୁ ଲୁଟିବାରେ ଲାଗିପଡିଛନ୍ତି। ସାଇବର କ୍ରାଇମ ସରକାରଙ୍କ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଓଡିଶା ସରକାର ସାଇବର ଠକେଇ ରୋକିବା ନିମନ୍ତେ ସାଇବର ସୁରକ୍ଷା ଅଭିଯାନ୨୦୨୩ ଆରମ୍ଭ କରିଛନ୍ତି।ଏହି ଅଭିଯାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇବାସହ ସହବର ଅପରୋଧ ରୋକିବା ଦିଗରେ ଏକ ରଥ ବିଭିନ୍ନ ଥାନାକୁ ଯାଇ ଜିଜିଟାଲ ଭିଡିଓ ବାର୍ତ୍ତା ଆୟୋଜନ କରାଯାଇଛି ।ଆଜିନିଆଳି କୁଏହି ରଥ ଆସି ଅଚିହ୍ନା ପଡ଼ିଆରେ ସ୍କୁଲ ପିଲାମାନଙ୍କୁ ସାଇବର ଅପରାଧରୁ କିପରି ରକ୍ଷା ପାଇବେ ସେ ସମ୍ପର୍କରେ ସଚେତନ କରାଇଥିଲେ। ସାଇବର ଅପରାଧ ସମ୍ପର୍କିତ କିଛି ପ୍ରଶ୍ଚ ପିଲାମାନଙ୍କୁ ପଚରାଯାଇଥିଲା ଠିକ ଉତ୍ତର ଦେଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିବା ଦେଖିବାକୁ ମିଳିଛି।

ଓଡ଼ିଶା ସରକାରଙ୍କ ତରଫରୁ ସାଇବର ଅପରାଧ ସହାୟତା ନଂ-୧୯୩୦ ଜାରି କରାଯାଇଛି। ଯଦି କୈଣସି ବ୍ୟକ୍ତିବିଶେଷ ସାଇବର ଠକେଇର ଶିକାର ହୁଅନ୍ତି ତେବେ ଟୋଲଫିରି ନଂ-୧୯୩୦ ରେ କଲ କରି ସହାୟତା ନେଇ ପାରିବେ ।

କୈଣସି ଅଜଣା ଲିଙ୍କକୁ କ୍ଲ୍କିକ କରନ୍ତୁ ନାହିଁ। ନିଜର ଠTP କାହାକୁ ଦିଅନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ବନ୍ଧୁତ୍ୱ ଆବେଦନ ଗ୍ରହଣ କରିବା ପୂର୍ବରୁ ଯାଞ୍ଚ କରନ୍ତୁ।ଅଜଣା ସୋର୍ସରୁ ଅନଲାଇନ ଲୋନ ଗ୍ରହଣ କରନ୍ତୁ ନାହିଁ। ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

କଟକ ଜିଲ୍ଲା ନିଆଳି ବ୍ଲକ ର ସେକଫୟାଜଉଦ୍ଦିନ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button