LIVE TV

ମୋ ସେବା କେନ୍ଦ୍ର ପରିଚାଳକ ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ


କନ୍ଧମାଳ:(ସମର୍ଥ ନ୍ୟୁଜ): କନ୍ଧମାଳ ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳକ ସଂଘ ବାଲିଗୁଡା ଶାଖା ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।ସଂଘର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ । ସମସ୍ତ ଆସବାବପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେକୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ (ଯଥା – ଟେବୁଲ୍ ଚେୟାର୍, ବିଦ୍ୟୁତ ବିଲ୍, ଇଣ୍ଟରନେଟ୍ ଇତ୍ୟାଦି ) ଯୋଗାଇ ଦିଆଯାଉ । ବର୍ତ୍ତମାନ ଆମ୍ଭେ ଜାଣିବାକୁ ପାଇଲୁ ଯେ, ରାଜ୍ୟ ସରକାର ନୂତନ ଭାବେ ସିଏସପି + ଖୋଲିବାକୁ ଯାଉଛନ୍ତି। କିନ୍ତୁ ପଞ୍ଚାୟତରେ ସେବା ଯୋଗାଇଆସିଥିବା ମୋ ସେବା କେନ୍ଦ୍ର ବିଷୟରେ ଚିନ୍ତା ନ କରି ନୂତନ ସିଏସପି + ଦେବାପାଇଁ ସରକାର ସ୍ଥିର କରିଛନ୍ତି। ଏହାଦ୍ବାରା ବର୍ଷ ବର୍ଷ ଧରି ଖୋଲା ଯାଇଥିବା ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କ ଜୀବିକା ଉପରେ ଘୋର୍ ଆଘାତ ସୃଷ୍ଟି ହେବ । ଏଣୁ ମୋ ସେବା କେନ୍ଦ୍ର କୁ ସିଏସପି + ପ୍ରଦାନ କରାଯାଉ । , ସମସ୍ତ ସରକାରୀ ସେବା ଗୁଡିକ ପବ୍ଲିକ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ। ପବ୍ଲିକ ରେ କରିବା ଦ୍ବାରା ବିଭିନ୍ନ ସମୟରେ ସାଧାରଣ ଲୋକମାନେ ଦଲାଲ ମାନଙ୍କ ଦ୍ବାରା ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି। କିଛି ମାତ୍ରାରେ ପାରିଶ୍ରମିକ (ବେତନ) ପ୍ରଦାନ କରାଯାଉ । ମୋ ସେବା କେନ୍ଦ୍ର ରେ ଦିଆଯାଉଥ‌ିବା ସେବା ଗୁଡ଼ିକରେ ମୋ ସେବା କେନ୍ଦ୍ର ର ନାମ ରହୁ । ଆଧାର ପଞ୍ଜିକରଣ ସହିତ ଆଧାର ସଂଶୋଧନ କରିବା କେନ୍ଦ୍ରକୁ ପ୍ରଦାନ କରିବା ଏହା ୫-ଟି ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ରାଜସ୍ବ ବିଭାଗର ସମସ୍ତ ଅନ ଲାଇନ କାର୍ଯ୍ୟ – ତଥା ଜାତିଗତ/ବାସିନ୍ଦା/ ଆୟ ପ୍ରମାଣ ପତ୍ର ଆଦି ସମସ୍ତ ପ୍ରକାର ତିନି ବର୍ଷ ପୂର୍ବେ ଯେଉଁ ଇ-ଜିଲ୍ଲା ଜରିଆରେ ହୋଇ ଆସୁଥିଲା,ଠିକ ସେହିଭଳି ପୁଣି ଥରେ ଓଡିଶା ୱାନ ପୋର୍ଟାଲ ମଧ୍ଯରେ ଉପଲବ୍ଧ କରିବାରେ ପ୍ରାଧାନ୍ୟ ଦିଆଯାଉ । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ର କୋଷାଧକ୍ଷ ରାମ ବଳରାମ ଦାସ, ନିମେଷ ଦିଗାଲ, ପବିତ୍ର ମୋହନ ପାତ୍ରଙ୍କ ସମେତ ସମସ୍ତ ସେବା କେନ୍ଦ୍ରର କର୍ମକର୍ତା ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button