LIVE TV

କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ

ବିନିକା, ୧୩/୧୦ (ସମର୍ଥ ନ୍ୟୁଜ୍) ପ୍ରଦେଶ କଂଗ୍ରେସ କମିଟି, ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିନିକା ବ୍ଲକ କଂଗ୍ରେସ କମିଟି ସଭାପତି ରବିନ୍ଦ୍ର ହୋତାଙ୍କ ନେତୃତ୍ୱରେ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିନିକାରେ ଆରମ୍ଭ ହୋଇ ପ୍ରଥମେ ବିନିକା ସହର ପରିକ୍ରମା କରିଥିଲା। ପରେ ଶର୍ଗୁଣା, ସିଂଘିଯୁବା, ପାପି, ଝାରକଦଳୀପାଲି, ଚୁଲିମାଲ ଓ ଭଣ୍ଡାର ଆଦି ଗ୍ରାମ ପରିକ୍ରମା କରି ଭଣ୍ଡାର ଗ୍ରାମର ଫୁଟବଲ ଖେଳ ପଡିଆରେ ଶେଷ ହୋଇଥିବା ସୂଚନା ବ୍ଲକ ସଭାପତି ଶ୍ରୀ ରବିନ୍ଦ୍ର ହୋତା ସୂଚନା ଦେଇଛନ୍ତି। ଏଥିରେ ସୋନପୁର ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ର, ଜିଲ୍ଲା କଂଗ୍ରେସ ଉପ ସଭାପତି ସନ୍ତୋଷ ପଣ୍ଡା, କଂଗ୍ରେସ ନେତା ନରେନ୍ଦ୍ର ସାହୁ, ମିତ୍ରଭାନୁ ଭୋଇ, ସଂଗ୍ରାମ କେଶରୀ ନାୟକ, ବିଜୟ କୁମାର ଭୋଇ, ଟିକୁ ହୋତା, ଉମାକାନ୍ତ ଦୀପ, କୃଷ୍ଣଚନ୍ଦ୍ର ପଧାନ, ପଞ୍ଚାନନ ପାତ୍ର, ସୂର୍ଯ୍ୟ କୁମାର ଖେତି, ଟିକେଶ୍ଵର ପଧାନ, ଜୟନାରାୟଣ ନାଏକ, ରଶ୍ମିରଞ୍ଜନ ବିଶି, ପ୍ରିୟବ୍ରତ ସାହୁ, ରାଜେଶ ମିଶ୍ର, ସୁଧିର ପଣ୍ଡା, ଶ୍ରୀନ୍ନିବାସ ଖମାରି, ରୁଷଭ ଭୋଇ, ବାଲେଶ୍ବର ସାହୁ, ସୀତାରାମ ବହିଦାର, ସୁରଥ ପଧାନ, ଶିବ ପ୍ରସାଦ ଖମାରି, ଆନନ୍ଦ ଦାଶ, ନରସିଂହ ମିଶ୍ର, ନବଘନ ନାଗ, ସୌମିତ୍ରି ତରିଆ, ବିଶ୍ଵାମିତ୍ର ପଣ୍ଡା, ଜିନ୍ଦର ମହାନନ୍ଦ, ଦୁର୍ଯ୍ୟୋଧନ ଖେତି, ସତ୍ୟାନନ୍ଦ ପୁଟେଲ, ପ୍ରକାଶ ମହାନନ୍ଦ, ଅନନ୍ତ କର୍ଣ୍ଣ, ଦାଖିଲା ପଧାନ ସମେତ ବିନିକା ବ୍ଲକ ୧୬ ଗୋଟି ପଞ୍ଚାୟତର ସଭାପତି ଓ କଂଗ୍ରେସ ସଂଗଠନ ସମେତ ପ୍ରାୟ ହଜାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button