ବିଲ ମଧ୍ୟରୁ ନିଖୋଜ ବୃଦ୍ଧ ଉଦ୍ଧାର

କଣ୍ଟାମାଳ, ତା୧୩|୧୦ ( ପ୍ରଭାତ କୁମାର ସାହୁ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ଚନ୍ଦନିଆମୁଣ୍ଡାର ଜଣେ ବୃଦ୍ଧ ଗତ ୩ଦିନ ହେବ ନିଖୋଜ ହୋଇ ଯାଇଥିଲେ | ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ବୃଦ୍ଧଙ୍କ କୌଣସି ପତ୍ତା ମିଳିନ ଥିଲା | ଆଜି ସକାଳୁ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାନ୍ତିପାଲି ଗ୍ରାମ ନିକଟସ୍ଥ ଏକ ବିଲ ମଧ୍ୟରେ କିଛି ଲୋକ ଜଣେ ବୃଦ୍ଧ ଅଚେତ ଅବସ୍ଥାରେ ପଡ଼ି ଥିବା ଦେଖିବାକୁ ପାଇଥିଲେ | ଘଟଣା ସମ୍ପର୍କରେ ଲୋକେ ତୁରନ୍ତ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ବିଲ ମଧ୍ୟରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି | ଉକ୍ତ ବୃଦ୍ଧ ଜଣକ ଚନ୍ଦନିଆ ମୁଣ୍ଡାର ନିଖୋଜ ଜଳଧର କର୍ମୀ ବୋଲି ଜଣା ପଡ଼ିଛି | ବର୍ତ୍ତମାନ ବୃଦ୍ଧ ବ୍ୟକ୍ତିଙ୍କ ଠିକ ଥିବା ଜଣା ପଡିଛି ।
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା