ମସିଣାଗୋରା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯକ୍ରମ

କଣ୍ଟାମାଳ , ତା:୧୩/୧୦ ; (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ସ୍ଥିତ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଦିଗାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ , ସଂପାଦକ ଭକ୍ତ ସାହୁ,ସହ ସଂପାଦକ ଧର୍ମାନନ୍ଦ ସାହୁ କୋଷାଧ୍ୟକ୍ଷ ମନ୍ଦରଧର ବେହେରା , ସଦସ୍ୟା ଲକି ସାହୁ, ଡୋଲେଶ୍ଵରୀ ମାଝୀ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ଉପସ୍ଥିତ ରହି ଶିଶୁମାନଙ୍କ ଭବିଷ୍ୟତ ପାଇଁ ମାଆ ପ୍ରଥମ ଗୁରୁ ଓ ତାଙ୍କର ଆଦର୍ଶରେ ଶିଶୁମାନେ ଅନୁପ୍ରାଣିତ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ ।ଏହି ବିଦ୍ୟାଳୟର ଅଗ୍ରଗତି ପାଇଁ ୧୮ ଜଣ ମାଆମାନଙ୍କୁ ନେଇ ମାତୃ ଭାରତୀ ଗଠନ କରାଯାଇ ବିଦ୍ୟାଳୟ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଶିଶୁ ବାଟିକା ବିଭାଗର ପ୍ରମୁଖ ଝରଣା ପ୍ରଧାନ ଓ ଆଚାର୍ଯ୍ୟା ମମିତା ରଣା ଶିଶୁ ଭାଇ ଭଉଣୀ ମିଶି ମାଆମାନଙ୍କୁ ନେଇ ନୃତ୍ୟ ଗୀତ ପରିବେଷଣ କରାଇଥିଲେ । ମାଆମାନଙ୍କୁ ନେଇ ଧାନ ଚାଉଳ ବଛା ଓ ଝୋଟି ଅଙ୍କନ ପ୍ରତିଯୋଗିତା କରାଯାଇ କୃତି ମାଆମାନଙ୍କୁ ଅତିଅମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସହସଂପାଦକ ଧର୍ମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।ଆଚାର୍ଯ୍ୟା ବେଦମତୀ କୁଦେଇ ,ମମିତା ରଣା, ଅଙ୍କିତାଶ୍ରୀ ମହାରଣା, ଆଚାର୍ଯ୍ୟ ରୋଶନ ସାହୁ, ସୁଶାନ୍ତ ମାଝୀ, ଶ୍ରୀକାନ୍ତ କୁଦେଇ ,ସେବିକା ସୁରୁସୂତା ଭୋଇ ,ବାହନ ଚାଳକ ରାଜକୁମାର ରଣା ତଥା ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ସହଯୋଗ କରିଥିଲେ।
କଣ୍ଟାମାଳରୁ ବ୍ଳକ ପ୍ରବିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ