LIVE TV

ପିଟି ପିଟି ମାରିଦେବା ଘଟଣାର ୧୮ ଦିନ ବିତିଯାଇଥିଲେ । ମଧ୍ୟ ଘଣ୍ଟାପଡ଼ା ପୁଲିସ ଆସାମୀଙ୍କୁ ଧରିବାରେ ବିଳମ୍ବତା ନେଇ ଥାନାରେ ପ୍ରତିବାଦ । ୭ ଦିନର ମହଲତ ପରେ ନିଜ ଗ୍ରାମକୁ ଫେରିଲେ ଗ୍ରାମବାସୀ ।

 

କଣ୍ଟାମାଳ, ତା’ ୧୩/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା . . .ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଆସାମୀକୁ ନ ଧରିବାରୁ ତଥା ଘଣ୍ଟାପଡ଼ା ପୁଲିସର ନିଷ୍କ୍ରିୟତା ପ୍ରତିବାଦ ନେଇ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରେଙ୍ଗସା ଗ୍ରାମର ମୃତ ବିନୋଦର ପୁଅ ତଥା ଏତେଲାକାରୀ ସୁରେଶ ସାହୁ ଓ ଗ୍ରାମବାସୀ ଆସି ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ତଦନ୍ତକାରୀ ଅଧିକାରୀ ବଳଭଦ୍ର ଗଣ୍ଡାଙ୍କ ପ୍ରତିଶୃତି ପରେ ନିଜ ଗ୍ରାମକୁ ଫେରିଥିଲେ। ଘଟଣାକ୍ରମେ ଗତ ତା ୨୩ ସେପ୍ଟେମ୍ବର୨୦୨୩ରିଖରେ ବିନୋଦ ସାହୁ ଓ ୨ ଜଣ ପୋଡ଼ାପଦର ଛକରେ ପାନ ଖାଉଥିବା ସମୟରେ ବିନୋଦ ସହିତ କେତେକ ବ୍ୟକ୍ତିଯୁକ୍ତିତର୍କ ହୋଇ ବିନୋଦକୁ ବାଡେଇଥିଲେ।ତାଙ୍କର ବଲାଙ୍ଗିର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଏନେଇ ମୃତ ବିନୋଦର ପୁତ୍ର ସୁରେଶ ଗତ ୨୫ ତାରିଖରେ ଏତେଲା ଘଣ୍ଟାପଡ଼ା ଥାନାରେ ଦେଇଥିଲା।ଆସାମୀ ଯଦି ୭ ଦିନ ଭିତରେ ଧରା ନପଡନ୍ତି ତାହେଲେ ଘଣ୍ଟାପଡ଼ା ଥାନା ଘେରାଉ କରିବେ ମୃତ ବିନୋଦର ପୁଅ ସୁରେଶ ଓ ରେଙ୍ଗସା ଗ୍ରାମବାସୀଙ୍କ ଚେତାବନୀ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button