କଂଗ୍ରେସ ତରଫରୁ ଗାଁ ଗାଁ ରେ ପଦଯାତ୍ରା

ଉଲୁଣ୍ଡା ୧୩/୧୦ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଯାଲୋଏ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ରେ “ଘରେ ଘରେ କଂଗ୍ରେସ,ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ।ରାଜ୍ୟ କଂଗ୍ରେସ ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ତରଫରୁ ଆଜି ପଦଯାତ୍ରା କରାଯାଇଥିଲା। ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ର ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ପ୍ରଦୀପ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ରାଜଗୋପାଳ ପାଣିଗ୍ରାହୀ,ଏସପତ୍ରାପାଲି ସରପଞ୍ଚ ସନାତନ ମହାଳିଙ୍ଗ,ଭୋଳାନାଥ ସାଗର, ରାମଚନ୍ଦ୍ର ବାରିକ ପଦଯାତ୍ରା ରେ ସାମିଲ୍ ହୋଇଥିଲେ। ପଦଯାତ୍ରା ସମୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସମସ୍ୟା,କୃଷକଙ୍କ ସମସ୍ୟା,ବେକାର ଯୁବକ ଯୁବତୀ ସମସ୍ୟା,ବୃକ୍ଷରୋପଣ ଦୁର୍ନିତି,ମନରେଗା ଦୁର୍ନିତି,ପିସି କାରବାର ବୃଦ୍ଧି, ଜିନିଷ ର ଦରଦାମ ବୃଦ୍ଧି ଓ ଆଜି ପର୍ଯ୍ୟନ୍ତ ଚାଷୀ ର ବିଭିନ୍ନ ପ୍ରକାର ସମସ୍ୟା ରହିଥିବା ଲୋକଙ୍କୁ ଅବଗତ କରାଇଥିଲେ।କଂଗ୍ରେସ ତରଫରୁ ସମସ୍ତ ଗାଁ ଘରେ ଘରେ ଦଳ ପହଞ୍ଚିବ ବୋଲି କୁହାଯାଇଛି।ଏହି ପଦଯାତ୍ରା ରେ କଂଗ୍ରେସ ର ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ