Country

ହରଭଙ୍ଗା ବ୍ଲକ୍ ରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ”ମୋ ମାଟି ମୋ ଦେଶ ” ସମାପନ କାର୍ଯ୍ୟକ୍ରମ,” |

ବୌଦ୍ଧ -୧୩.୧୦-(ହୃଦାନନ୍ଦ ମେହେର )-ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକ୍ ଠାରେ ବ୍ଲକ୍ ସ୍ତରୀୟ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମ ର ସମାପନ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ର ର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମ ରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ ସ୍ବତନ୍ତ୍ର ମାଟି କଳସରେ ସଂଗ୍ରହ କରାଯାଇଥିଲା ।ଏହାକୁ ଆଗାମୀ ଦିନରେ ଜିଲ୍ଲା ସ୍ତରରୁ ଭୁବନେଶ୍ୱର ଠାରୁ ଦିଲ୍ଲୀ ସିଧାସଳଖ ନେବାର ବ୍ୟବସ୍ତା କରାଯାଉଅଛି । ସଂଗୃହିତ ଅମ୍ବୃତ ମାଟି କଳସ କୁ ଧରି ଏକ ବିରାଟ ଶୋଭାଯାତ୍ରା ତହସିଲ ଅଫିସ୍ ଚ। ରିଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ lଅନୁଷ୍ଟିତ ହୋଇଥିଲା । ହରିବୋଲ , ହୁଳହୁଳି , ନାମ ସଙ୍କୀର୍ତ୍ତନ ଆଖଡ଼ା ଇତ୍ୟାଦି କରି ଭାରତ ମାତା କି ଜୟ ଧ୍ୱନି ସୃଷ୍ଟି ଓ ନାର। ଦେଇ ଚାରି ଛକ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା ପରିକ୍ରମା କରା ଯାଇଥିଲା | ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ଵରେ ସର୍ବଶ୍ରୀ ସୁଶାନ୍ତ କୁମାର ପ୍ରଧାନ ବିଧାନସଭା ର ପୂର୍ବ ବିଧାୟକ ପ୍ର।ଥି , ଶ୍ରୀ ରମେଶ କୁମାର ମହାନ୍ତି ଲୋକସଭା ସଂଯୋଜକ ଓ ଦଳର ବରିଷ୍ଠ ନେତାମାନେ ସରର୍ବଶ୍ରୀ ଶ୍ରୀ ତାପସ କୁମାର ପଟ୍ଟନାୟକ , ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ ,ଅକ୍ଷୟ କୁମାର ସାହୁ ,ସୂର୍ଯ୍ୟ ନାରାୟଣ ମହାପାତ୍ର,ମାଗୁଣି ଗାଈ ଗୌରୀ ଆ , ବିଶି କେଷଣ ପ୍ରଧାନ, ପ୍ରଣବ ନାୟକ, ସ୍ୱରୂପା ପଟ୍ଟନାୟକ,, ସଂଗ୍ରାମ ବେହେରା , କାଇଁଚ ପ୍ରଧାନ , ଶମ୍ଭୁ ପ୍ରଧାନ , ତପନ ଡ।ଙ୍ଗ , ଶେଷଦେବ ଛାନ୍ଦ,ବାମନ ବାରିକ , ବିନୋଦ ମହାକୁଡ, ବିଶ୍ବମ୍ବର ମହାକୁଡ , ହୃଦାନନ୍ଦ ନାୟକ, ନବୀନ ଗାଈ ଗୌରୀଆ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button