ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ।

ବୌଦ୍ଧ-୧୩-୧୦(ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଭାଗର ମୁଖ୍ୟ ଅଧ୍ୟାପିକା ସୁଶ୍ରୀ ଡଲି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଡ. ରମେଶ ଚନ୍ଦ୍ର ତାରିଣୀଆ, ଅଧ୍ୟାପକ ଲଳିତ ମେହେର,ଡ. ପ୍ରମୋଦ ମହାପାତ୍ର,ରଞ୍ଜିତ ସାମଲ,ସୁରେଶ୍ୱର ଯୋଶୀ, ପୀତବାସ ମେହେର,ଅଧ୍ୟାପିକା ସୁଷମା ରାଣୀ ବହିଦାର,ପୂଜାରାଣୀ ଦେଓ,ପ୍ରମୁଖ ମଞ୍ଚସୀନ ଥିବା ବେଳେ ଓଡ଼ିଆ ଶିକ୍ଷା ସାହିତ୍ୟରେ ନିଜକୁ ସର୍ବଦା ଆଗରେ ରଖିବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଛାତ୍ରୀ ପ୍ରିୟଙ୍କା ସାହୁ, ପରିଚାଳନା କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବକୁ ଛାତ୍ର ଦେବେନ୍ଦ୍ର ପ୍ରଧାନ ତୁଲାଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭ୍ରା ମଲ୍ଲୀକା ପ୍ରଧାନ ପରିଚାଳନା କରିଥିଲେ। ଏଥିରେ କଲେଜର ନୂତନ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜ ନିଜର ଜ୍ଞାନ ଅନୁଭୂତିକୁ ପ୍ରକାଶ କରିଥିଲେ। ଶେଷରେ ଛାତ୍ରୀ ଅର୍ପିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।