LIVE TV

ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା ଟ୍ରକ୍‌

Breaking News

ଭବାନୀପାଟଣା–କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଥିବା ଉତ୍କେଲା ଗ୍ରାମର ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଟ୍ରକ ଭରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରକାଶ ଯେ, କେସିଙ୍ଗା ଆଡ଼କୁ ଏକ ଟ୍ରକ (ଓଡି ୦୨ ଏଏମ୍‌ ୩୧୧୦) ଯାଉଥିଲା। ଉତ୍କେଲା ଗ୍ରାମର ପେଟ୍ରୋଲ ପମ୍ପ ସାମ୍ନାରେ ବୁଧବାର ରାତିରେ ଭାରସାମ୍ୟ ହରାଇ ରାସ୍ତା ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା। ଘଟଣା ସ୍ଥଳରେ କେସିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button