ବୌଦ୍ଧ ଟାଉନହଲ ଠାରେ ଜ଼ିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଆୟୋଜିତ, ଖାଦ୍ୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେଲା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ |

ବୌଦ୍ଧ -12-10-(ହୃଦାନନ୍ଦ ମେହେର )-ବୌଦ୍ଧ ଟାଉନହଲ ଠାରେ ଜ଼ିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଆୟୋଜିତ ହୋଇଛି l ଏହି ଅବସରରେ ଆୟୋଜିତ ଏକ ଖାଦ୍ୟ ପ୍ରଦର୍ଶନୀରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା | କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । କାଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେଂଦେରା କୁଜୁର ଯୋଗଦେଇଥିଲେ । ମିଲେଟ୍ସ ଖାଦ୍ୟ, ଉତ୍ତମ ଖାଦ୍ୟ , ସୁସ୍ଥ ଜୀବନ ସଂପର୍କରେ ଅତିଥିମାନେ ସଚେତନ କରିଥିଲେ । ଏହି ଅବସରରେ ସରକାରଙ୍କ ନବଜାତକ ଶିଶୁମାନଙ୍କ ଅନ୍ନପ୍ରାସାନ୍ନ, ଗର୍ଭବତୀ ମହିଳାଙ୍କ ସୁଆଦିଆ ଉତ୍ସବ ଆଦି ନେଇ ଆଲୋଚନ ହୋଇଥିଲା । ବୌଦ୍ଧ ସିଡିପିଓ ମିନତୀ ଦେଓ , କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢୀ, ଜ଼ିଲ୍ଲା ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା