Country

ବୌଦ୍ଧ ବ୍ଲକରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ”ମୋ ମାଟି ମୋ ଦେଶ ” ସମାପନ କାର୍ଯ୍ୟକ୍ରମ,” |

 

ବୌଦ୍ଧ -୧୨.୧୦- (ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ବ୍ଲକ୍ଠାରେ ବ୍ଲକ୍ ସ୍ତରୀୟ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମର ସମାପନ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ ସ୍ବତନ୍ତ୍ର ମାଟି କଳସରେ ସଂଗ୍ରହ କରାଯାଇଥିଲା ।ଏହାକୁ ଆଗାମୀ ଦିନରେ ଜିଲ୍ଲା ସ୍ତରରୁ ଭୁବନେଶ୍ୱରଠାରୁ ଦିଲ୍ଲୀ ସିଧାସଳଖ ନେବାର ବ୍ୟବସ୍ତା କରାଯାଉଅଛି । ସଂଗୃହିତ ଅମ୍ବୃତ ମାଟି କଳସକୁ ଧରି ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହରିବୋଲ , ହୁଳହୁଳି , ଭାରତ ମାତା କି ଜୟ ଧ୍ୱନି ସୃଷ୍ଟି ଓ ନାର। ଦେଇ

ପରିକ୍ରମା କରାଯାଇଥିଲା | ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ଵରେ ସର୍ବଶ୍ରୀ କହ୍ନେଇ ଚରଣ ଡାଙ୍ଗ କଣ୍ଟାମାଳ ବିଧାନସଭାର ପୂର୍ବ ବିଧାୟକ ପ୍ରାଥି , ଓ ଦଳର ବରିଷ୍ଠ ନେତାମାନେ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ ,ତାପସ କୁମାର ପଟ୍ଟନାୟକ , ସୁଶାନ୍ତ ବାଘ,ସୂର୍ଯ୍ୟ ନାରାୟଣ ମହାପାତ୍ର , ନିବେଦିତା ମହାକୁଡ,ମୀନାରାଣୀ ମିଶ୍ର , ତ୍ରିପୁରାରି ବେହେରା,ମାଗୁଣି ଗାଈ ଗୌରୀଆ ,ପ୍ରଣବ ନାୟକ, ସ୍ୱରୂପା ପଟ୍ଟନାୟକ,ସତ୍ୟାନନ୍ଦ ପାଣ୍ଡେ,ବିପିନ ପ୍ରଧାନ, ସରୋଜ ପ୍ରଧାନ ,କାଇଁଚ ପ୍ରଧାନ , ନବୀନ ହୋତା , ଯୀଶୁ ପ୍ରଧାନ , ନିରଞ୍ଜନ ଶମ୍ଭୁ ପ୍ରଧାନ,ଶମ୍ଭୁଗାଈ ଗୌରୀଆ , ବିକାଶ ମହାକୁଡ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button