LIVE TV

ଆଦିବାସୀଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ |

 

ବୌଦ୍ଧ/କଣ୍ଟାମାଳ -୧୧|୧୦ -( ହୃଦାନନ୍ଦ ମେହେର ) :- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଆରିମୂଳ ପ୍ରଗଣା ଆଦିବାସୀ କନ୍ଧ ସମାଜ ର ନୂଆଖାଇ ଭେଟଘାଟ ଓ ସଚେତନତା କାର୍ଯ୍ୟକ୍ରମ ଲମ୍ବସରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଗାଁ ପଥର ଗଡ଼ ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଶତାଧିକ ଆଦିବାସୀ ନିଜର ପାରମ୍ପରିକ ଅଷ୍ଟଶସ୍ତ୍ର ସହ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପଡିଆରେ ପହଞ୍ଚି ଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ଆଦିବାସୀ କନ୍ଧ ସମାଜ ର ସଭାପତି ନରୋତ୍ତମ ମଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବରେ କୁଦୁର୍ପା ପ୍ରଗଣା ସଭାପତି ସାମନ୍ତ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଧର୍ମୁ କହ୍ନର, ସୁବଳ ଚନ୍ଦ୍ର ବାରିକ ,ସର୍ବେସ୍ୱର ସାହୁ, ଦେବେନ୍ଦ୍ର ମହାମିଳକ, ବିବଛ କହଁର , ଗୋପୀନାଥ କହଁର ପ୍ରମୁଖ ଯୋଗଦାନ କରିଥିଲେ | ଶିକ୍ଷା, ସଚେତନ ଓ ଭୂମିହିନ ଙ୍କୁ ଜଙ୍ଗଲ ଜମି, ଡିହହୀନ କୁ ଘରଡିହ ଆଦି ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା | ବିଭିନ୍ନ ପ୍ରଗଣା ରୁ ସଭାପତି ମାନେ ଆସି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ପ୍ରଗଣା ର ବିଦାମାନ ବେହେରା. ରାବଣେଶ୍ୱର ବେହେରା. ଦୁର୍ଗା ମାଝୀ.ଜୟନ୍ତ ସାହୁ ଦୀନବନ୍ଧୁ ସାହୁ, ଋଷିକେଶ ମାଝୀ. ଚିତ୍ତ ମଳିକ. ଭିବିଷଣ କଅଁର. ସଂଜୟ କଅଁର, ଲୋକନାଥ ଜାନି, ଘାସିରାମ ମଳିକ, ଚକାମନ କଅଁର, ଲିଙ୍ଗରାଜ ସାହୁ ସୁରେନ୍ଦ୍ର ସାହୁ, ଇନ୍ଦ୍ର ଜାନି. ଅରୁଣ ଜାନି, ବୈବସୁତ ଜାନି,ସଂଗ୍ରାମ ଦେହେରିଆ, ଚକାମନ କହଁର,ବିଦାବନ ବେହେରା,ରାବେଣେସ୍ୱର ବେହେରା,ରବୀନ୍ଦ୍ର ମଳିକ,ହେମନ୍ତ ଛତ୍ରିଆ,ସମୀର ମଳିକ,ରିଙ୍କୁ ମାଝୀ ,ରୁଷିକେଶ ମାଝୀ ,ଭୀବିଷଣ କହଁର ,ସଂଗ୍ରାମ ଦେହେରିଆ ,ଚକାମନ କହଁର, ଘIସୀରାମ ମଳିକ, ଲୋକନାଥ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ |

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ସହ ପ୍ରଭାତ ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button