LIVE TV

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ  |

ବୌଦ୍ଧ :-11/10:-(ହୃଦାନନ୍ଦ ମେହେର )-ବୌଦ୍ଧ ବ୍ଲକ ତେଲିବନ୍ଧ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀର କୁମାର ରଥ, ସ୍ୱରାଜ କୁମାର କହଁର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ, ସି ଆର ସି ସି ରବୀନ୍ଦ୍ର କୁମାର ମେହେର ଅତିଥି ଭାବେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଛାତ୍ରୀ ମାନଙ୍କୁ ନେଇ ତେଲିବନ୍ଧ ଛକ ଠାରେ ସ୍ଲୋଗାନ ସହିତ ଏକ ସଚେତନ ରାଲି କରାଯାଇଥିଲା l ବ୍ଲକର 21ଟି କ୍ଲଷ୍ଟର କୃତୀ ଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ଏବଂ ବରିଷ୍ଠ ଦଳରେ ସ୍ଲୋଗାନ ଲିଖନ, କୌତୁକ ପୋଷାକ ଏବଂ ନୃତ୍ୟ ପ୍ରତିଯୋଗିତା କରାଯାଥିଲା l ଅପରାହ୍ନରେ କାର୍ଯ୍ୟକ୍ରମ ସମାରୋପ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ସଭାପତିତ୍ୱ କରି ବାଳିକା ମାନଙ୍କୁ ସମାନ ସୁବିଧା ସୁଯୋଗ ଦେବାକୁ ଆହ୍ୱାନ କରିବା ସହିତ ସେମାନେ ସବୁ କ୍ଷେତ୍ରରେ ଆଗଭର ହୋଇ କାର୍ଯ୍ୟ କରୁଛନ୍ତି ବୋଲି ମତ ରଖିଥିଲେ l ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ ଦଳବେହେରା, ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଅତିଥିଭାବେ ଯୋଗ ଦେଇ କୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ l ସ୍ଲୋଗାନ ଲିଖନ କନିଷ୍ଠ ବିଭାଗରେ ସୀମା ଭଵସାଗର -ଆନନ୍ଦପୁର, ଅଷ୍ଟମୀ ଗହୀର କମିରା, ସାନିଆ ପେରା ମୁରୁଶୁଣ୍ଢୀ ବିଦ୍ୟାଳୟ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ବେଳେ ବରିଷ୍ଠ ବିଭାଗରେ ଆଲଫା ମେହେର, ସୋନାଲି ମହେର ଓ ଆଦ୍ୟାଶାରାଣୀ ପ୍ରଧାନ, କୌତୁକ ପୋଷାକର କନିଷ୍ଠ ବିଭାଗରେ ପୁଷ୍ପା ରାଣୀ ମେହେର, ନାରାୟଣ ନଗର ବିଦ୍ୟାଳୟ ଏବଂ ବରିଷ୍ଠ ବିଭାଗରେ ସଂଗୀତା ଦେହୁରୀ, ଚଣ୍ଡିଗଡ, ବିଦୁସ୍ମିତା ଜାଲ ମାନୁପାଲି ଓ ରୁପାଲୀ ପ୍ରଧାନ ବଘିଆପଡା ବିଦ୍ୟାଳୟ, ନୃତ୍ୟରବରିଷ୍ଠ ବିଭାଗରେ ଚିନ୍ମୟୀ ଦିଗାଲ କନକପୁର, ଜୟଶ୍ରୀ ବାରିକ ଜହ୍ନାପଙ୍ଗ, ଅର୍ଚ୍ଚିତା ନାଏକ ମୁଣ୍ଡପଡ଼ା ଏବଂ କନିଷ୍ଠ ବିଭାଗରେ ସାନିଆ ପେରା, ବିଦୁସ୍ମିତା ଜାଲ, ପୂଜାପାତ୍ର ଓ ବିତିଶ୍ରୀ ସେଠୀ ପ୍ରମୁଖ ପୁରସ୍କୃତ ହୋଇଥିଲେ l ଶିକ୍ଷକ ଶମ୍ଭୁ ଗିରି ମଞ୍ଚ ପରିଚାଳନା କରିଥିବା ବେଳେ ରାଜକୁମାର ପ୍ରଧାନ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ କରିଥିଲେ ଓ ସି ଆର ସି ସି ରବୀନ୍ଦ୍ର କୁମାର ମେହେର ଧନ୍ୟବାଦ ଦେଇଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button