LIVE TV

ଘଣ୍ଟାପଡ଼ା ହାଇସ୍କୁଲରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

 

କଣ୍ଟାମାଳ, ତା୧୧/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ସମାଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୃଣହତ୍ୟା, କନ୍ୟା ସୁରକ୍ଷା, କନ୍ୟାର ଶିକ୍ଷା, ବାଲ୍ୟ ବିବାହ,ନାରୀ ନିର୍ଯ୍ୟାତନା, ଯୌତୁକ ଜନିତ ହତ୍ୟା ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଶିକ୍ଷକମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା , ଆକାଶ ମେହେର, ସୁବାସ ସାହୁ, ସାନ୍ତନୁ ସେଠୀ,ମୁକେଶ ମଲିକ ଓ ରଶ୍ମିତା ସାହୁ ମଞ୍ଚାସିନ ରହି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।ଲିପୁନ ପ୍ରଧାନ ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button