Country

ଖଟଖଟିଆରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ।

 

ବୌଦ୍ଧ -11-10(ହୃଦାନନ୍ଦ ମେହେର )- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ରଂଜୁ ଅମାତ ଙ୍କ ତତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶତପଥୀ ଅଧ୍ୟକ୍ଷତା କରିଥିଲେ, ଉକ୍ତ ସଭାରେ ଶିକ୍ଷୟତ୍ରୀ ସ୍ନେହପ୍ରଭା ମହାପାତ୍ର,ଦୀପ୍ତିମୟୀ ବୈଠାରୁ, ବନିତା ମେହେର ପ୍ରମୁଖ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ରାଣୀ ଲକ୍ଷ୍ମୀବାଇ,ଇନ୍ଦିରା

,ମଦରଟେରେସା ଙ୍କ ଉଦାହରଣ ଦେଇଥିଲେ ।ଶିକ୍ଷକ ସମୀର କୁମାର ପ୍ରଧାନ ସମାଜର ମହୀୟସୀ ନାରୀଙ୍କ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶିକ୍ଷକ ସୁରେନ୍ଦ୍ର କୁମାର କମ୍ପ ଆଜିର ନାରୀ ସମାଜକୁ ହିଁ ସଂସ୍କାର ଆଣିପାରିବ ବୋଲି କହିଥିଲେ ।ଏଥିରେ ଛାତ୍ରୀ ଆରୁଷି କମ୍ପ,ଶ୍ୱେତଲୀନା କମ୍ପ, ପ୍ରମୁଖ କୁନ୍ତଳା କୁମାରୀ ସାବତ ଙ୍କ ରଚିତ କବିତା କହିବି କଥାଟି ଆବୃତି କରିଥିଲେ ।ଶେଷରେ ମିନା ମନ୍ତ୍ରୀ ପୂର୍ଣ୍ଣିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button