ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ


ଢେଙ୍କାନାଳ -11/10- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି l ଏହି ଯୋଜନ ଅନୁଯାୟୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକର କାର୍ଯ୍ୟନିର୍ବାହୀ ସଦସ୍ୟ ଓ କମ୍ୟୁନିଟି ସହାୟକ ସଦସ୍ୟ ମାନଙ୍କୁ ତାଙ୍କ ମନ ମୁତାବକ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍କୁଟର କିଣିବାକୁ ବିନ ସୁଧରେ ଋଣ ଦିଆଯିବ l ପ୍ରଥମ ଦିନରେ ରାଜ୍ୟ ବ୍ୟାପି 15000ମହିଳାଙ୍କୁ ସ୍କୁଟର ପ୍ରଦାନ କରଯାଇଛି l ଆଗାମୀ ଦିନ ମାନଙ୍କରେ 2ଲକ୍ଷ ସ୍କୁଟର ଯୋଗାଇଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି l ଏହି ବାବଦରେ ସୁଧ ରାଶି ପାଇଁ ରାଜ୍ୟ ସରକାର ଆଗାମୀ 5ବର୍ଷ ପାଇଁ 528କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି l ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ମିଶନ ଶକ୍ତି ଫେଡେରେସନର ଦୈନଦିନ କାମ ପାଇଁ ତାଙ୍କୁ କାର ଯୋଗାଇଦିଆଯିବ l ଏହାସହିତ ପଞ୍ଚାୟତ ସ୍ତରର ଫେଡେରେସନ ର ଅଫିସ ଗୃହ ନିର୍ମାଣ ପାଇଁ 30ଲକ୍ଷ ଟଙ୍କା ପ୍ରଦାନ କରାଯିବ l
ଏହା ସହିତ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ 2.5ଲକ୍ଷ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ 150 କୋଟି ଟଙ୍କାର ସୁଧରାଶି ଛାଡ କରାଯିବ l ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ 6.3କୋଟି ଟଙ୍କା ଋଣ ଛାଡ କରାଯିବ l
ଜିଲ୍ଲା ସ୍ତରରେ ମହିଳା ମାନଙ୍କୁ 50 ଟି ସ୍କୁଟର ପ୍ରଥମ ପର୍ଯ୍ୟାୟ ରେ ପ୍ରଦାନ କରାଯାଇଛି l ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ନୀଳ ପତକା ଦେଖାଇ ଏହି ସ୍କୁଟର ଗୁଡିକର ଶୁଭାରମ୍ଭ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିତା ଶର୍ମା, ଡି. ପି. ସି ମିଶନ ଶକ୍ତି ଶ୍ରୀମତୀ ଶେଫାଳି ପ୍ରିୟଦର୍ଶିନୀ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ




