LIVE TV

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

ରଘୁନାଥପୁର :- ଜଗତସିଂହପୁର ଜିଲ୍ଲାର ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର କୌଶଳ ବିକାଶ ପାଇଁ ରଘୁନାଥପୁର ବ୍ଲକର ଅଯୋଧ୍ୟାପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ କରାଯାଇଛି ବିଜ୍ଞାନ ମେଳା !ଏହି ମେଳା ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ଆୟୋଜିତ ହେଉଥିବାବେଳେ ଜିଲ୍ଲାସ୍ତରୀୟ ଶିଶୁମନ୍ଦିର ର ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ପ୍ରୋଜେକ୍ଟ ! କେହି ଜୈବିକ ସାର ଅବା ବାୟୁ ପ୍ରଦ୍ୟୁଷଣ, ତ କେହି ଜୀବଜଗତ ଓ ବୃକ୍ଷ ରୋପଣ ଉପରେ ପ୍ରସ୍ତୁତ କରି ଆଣିଛନ୍ତି ଗୁଡ଼ାଏ ପ୍ରକଳ୍ପ ! କେହି କେହି ଜୀବ ନିର୍ଜୀଵ, ପୋଷକ ଖାଦ୍ୟ, ଔଷଧୀୟ ବୃକ୍ଷ, ଜଳ ସଂରକ୍ଷଣ, ସୌରଜଗତ, ଆଦି ବିଭିନ୍ନ ରକମର 55 ଗୋଟି ପ୍ରକଳ୍ପ ଅତି ଯତ୍ନରେ ନିର୍ମାଣ କରି ପ୍ରଦର୍ଶନ କରିଥିବା ବେଳେ, ପରୀକ୍ଷକଙ୍କ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ କରାଯାଇ ତନ୍ମଧ୍ୟରୁ 12 ଟି ପ୍ରକଳ୍ପକୁ ନିର୍ଣ୍ଣୟ କରି,ଚାରୋଟି ପର୍ଯ୍ୟାୟରେ ମାନପତ୍ର ସହିତ ଟଫି ପ୍ରଦାନ କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି ! ଯେଉଁମାନେ ଯୋଗ୍ୟ ବିବେଜିତ ହୋଇଛନ୍ତି ସେମାନେ ସମସ୍ତେ ଆସନ୍ତା ଅକ୍ଟୋବର 19 ତାରିଖରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିବାର ଅବଗତ କରାଯାଇଛି !ଏହି ପରିପ୍ରେକ୍ଷୀରେ ଶିଶୁଵିଦ୍ୟାମନ୍ଦିର ର ସମ୍ପାଦକ ହେମନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା !ଉକ୍ତ ସଭାର ମୁଖ୍ୟଅତିଥି ଥିଲେ ଜିଲ୍ଲା ପ୍ରାକ୍ତନ ବିଜ୍ଞାନ ପରିଦର୍ଶକ ଶ୍ରୀ ସୁବାସ ଚନ୍ଦ୍ର ରାଉତ ! ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଆଦର୍ଶ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରୀ ବାବାଜୀ ଚରଣ ସାହୁ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଥିଲେ ଆଦର୍ଶ ଶିକ୍ଷକ ମହମ୍ମଦ ଓସାମା ! ବିଶିଷ୍ଠ ଅତିଥି ଥିଲେ ଉତ୍ତରପୂର୍ବ କ୍ଷେତ୍ର ପ୍ରାନ୍ତ ନିରୀକ୍ଷକ ଶ୍ରୀ ସତ୍ୟବ୍ରତ ରଥ ଏବଂ ଜିଲ୍ଲା ସଂଯୋଜକ ବିଶ୍ୱଜିତ ବିଶ୍ୱାଳ ! ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଯତୀନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରକାଶ କୁମାର ଆଚାର୍ଯ୍ୟ, ପରିଚାଳନା କମିଟି ସଭାପତି ଅଜୟ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ! ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା ଅଂଶୁମାନ ଆଚାର୍ଯ୍ୟ, ପ୍ରକାଶ ସାହୁ, ଅମିତା ପଣ୍ଡା, ସବିତା ସେଠୀ, ସସ୍ମିତା ବେହେରା, ବନ୍ଦନା ପଣ୍ଡା, ଅନୁସ୍ମିତା ପ୍ରଧାନ, ସଂଯୁକ୍ତା ଦାସ, ଗୀତାଞ୍ଜଳି ଓଝା, ଅଙ୍କିତା ସାହୁ, ଦୀପକ ସେଠୀ, ଅର୍ପିତା ସାହୁ, ସନ୍ତୋଷୀ ସାହୁ, ନିବେଦିତା ଜେନା, ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button