ବରିଷ୍ଠ ନାଗରିକଙ୍କ ପତ୍ନୀ ୭୪ ବର୍ଷୀୟା ଶାନ୍ତିଲତା ଆଜି ବେସାହାରା, * ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ।


ବଡ଼ଚଣା,୧୧।୧୦,(ନି; ପ୍ର) ବୟସର ଅପରାହ୍ନରେ ବୃଦ୍ଧ ବାପା ମାଆ ଆଜି ଅବହେଳିତ। ସବୁ କିଛି ଥାଇ ଆଜି ବାର୍ ଦୁଆର ସୁଣ୍ଢି ପିଣ୍ଡା ହେବାକୁ ପଡୁଛି ପୁଅ ସୌଭାଗ୍ୟ ପାଇଁ। ସ୍ବାମୀ ବୈଦ୍ୟନାଥ ଶିକ୍ଷକତା ରୁ ଅବସର ନେଇ ଥିବା ବେଳେ ପେନସନ ପାଉ ଛନ୍ତି, ଏକ ମାତ୍ର ମଝିଆ ପୁଅ ସୌଭାଗ୍ୟ ସାଜିଛି ସବୁ ଦୁଃଖର କାରଣ। ସବୁ କିଛି ଥାଇ ଆଜି କିଛି ବି ନାହିଁ ତାଙ୍କ ପାଖରେ , ସାହାରା ଦେଇଛି ବିବାହିତ ଝିଅ ଚନ୍ମୟୀ । ଚିନ୍ମୟୀ ଶତପଥି ନିଜର ଟିୟୁସନ୍ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ମାଆ ଶାନ୍ତି ଲତା ରଥ ଙ୍କ ଔଷଧ ଖର୍ଚ୍ଚ ର ବୋଝ ଉପରେ ନଳିତା ବିଡା ସାଜିଛି ! ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ୍ ରାହାଳ ଗ୍ରାମରୁ।
ଶାନ୍ତି ଲତା ରଥ, ସ୍ଵାମୀ ବୈଦ୍ୟ ନାଥ ରଥ,ବୟସ ୭୪ ଘର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରାହାଳ ଗ୍ରାମରେ। ସ୍ଵାମୀ ବୈଦ୍ୟନାଥ ରଥ ଶିକ୍ଷକତା କରି ଦୀର୍ଘ ଦିନ ହେବ ଅବସର ନେଇ ଛନ୍ତି । ପରିବାର କହିଲେ ତିନି ପୁଅ ଦୁଇ ଝିଅ, ଦୁଇ ଝିଅ ଙ୍କୁ ବିବାହ କରି ସାରି ଛନ୍ତି। ଗତ ଦୁଇ ବର୍ଷ ତଳେ ହ ଠା ତ୍ ସଡ଼କ ଦୁର୍ଘଟଣାରେ ବଡ଼ ପୁଅ ବୈକୁଣ୍ଠ ଓ ସାନ ପୁଅ ନରେନ୍ଦ୍ର ର ମୃତ୍ୟୁ ଘଟିଯାଇଛି। ବହୁତ୍ ଦୁଃଖ କଷ୍ଟରେ ଦୁଇ ପୁଅଙ୍କ ବିଧବା ବୋହୂ ଓ ନାତି ନାତୁଣୀ ମାନେ ରାହାଳ ସ୍ଥିତ ଘରେ ରହୁଛନ୍ତି। ଏହି ଦୁଃଖଦ ସମୟରେ ସ୍ବାମୀ ବୈଦ୍ୟନାଥ ମାନସିକ ଭାରସାମ୍ୟ ହରାଇ ବସିଥିବା ବେଳେ, ବିବାହିତ ଝିଅ ଚିନ୍ମୟୀ ଙ୍କ ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡା ଗ୍ରାମରେ ରହି ଆସୁଥିଲେ। ବର୍ତ୍ତମାନର ଏକ ମାତ୍ର ପୁଅ ( ମଝିଆ) ପୁଅ ସୌଭାଗ୍ୟ ରଥ କଟକ ସ୍ଥିତ ଝାଞ୍ଜିର ମଙ୍ଗଳା ରେ ଦୀର୍ଘ ବର୍ଷ ଧରି ବ୍ ରହୁ ଛନ୍ତି । ଦୁଇ ପୁଅ କୁ ହରାଇ ଥିବା ବେଳେ ସୌଭାଗ୍ୟ ବାପା ଓ ବୋଉ ଶାନ୍ତିଲତା ଙ୍କୁ କଟକ କୁ ନେବା ପାଇଁ ଭଉଣୀ ଚିନ୍ମୟୀ ଘରେ ପହଞ୍ଚି ଥିଲେ, ଜେନ ତେନ ପ୍ରକାର ର କୌଶଳ କ୍ରମେ ବାପା ବୈଦ୍ୟ ନାଥ ଙ୍କୁ କଟକ ନେଇ ଯାଇଛନ୍ତି, ଅଦ୍ୟାବଧି ବୋଉ ଶାନ୍ତି ଲତା ଙ୍କ ଭରଣ ପୋଷଣ ନ ବୁଝି ବାପାଙ୍କ ପେନ୍ସନ୍ ଟଙ୍କା ଆତ୍ମସାତ କରୁ ଥିବା ନେଇ ଅଭିଯୋଗ ଆଣିଛନ୍ତି ବୋଉ ଶାନ୍ତି ଲତା । ବୟସର ଅପରାହ୍ନରେ ସ୍ବାମୀ ବୈକୁଣ୍ଠ ଙ୍କୁ ଆଉ ଦେ ଖା କରାଇ ମଧ୍ୟ ଦେଉ ନାହାନ୍ତି ପୁଅ ସୌଭାଗ୍ୟ। ବରଂ କାହିଁକି ଏଠିକି ଆସିଛୁ ବୋଲି କହି ଦୁର୍ବ୍ୟବହାର କରିଥିବା ସହିତ ଜୀବନରେ ମାରି ଦେବାକୁ ଯୋଜନା କରୁ ଥିବା ଅଭିଯୋଗ ଆଣିଛନ୍ତି ମାଆ ଶାନ୍ତିଲତା। ଶାନ୍ତିଲତା ବର୍ତ୍ତମାନ ଅସୁସ୍ଥ ଅବସ୍ଥାରେ ବଡ଼ଚଣା ବ୍ଲକ୍ ଶାଳ ପଡା ସ୍ଥିତ ଝିଅ ଚିନ୍ମୟୀ ଶତପଥି ଙ୍କ ଘରେ ବହୁ ଅସୁବିଧାରେ ଦିନ କାଟୁଛନ୍ତି, ହେଲେ ଦୀର୍ଘଦିନ ଧରି ସ୍ତ୍ରୀ ଶାନ୍ତି ଲତା ସ୍ଵାମୀ ବୈଦ୍ୟନାଥ ଙ୍କୁ ପୁଅ ଦେଖା କରାଇ ଦେଇ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି, ଅନ୍ୟ ଯେଉଁ ବିଧବା ବୋହୂ ମାନେ ଗାଁ ରେ ଅଛନ୍ତି ସେମାନଙ୍କୁ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ କରୁ ନ ଥିବା ବେଳେ ସ୍ବାମୀ ଙ୍କ ସମସ୍ତ ପେନସନ ଟଙ୍କା ଆତ୍ମସାତ ଅଭିଯୋଗ କରିଛନ୍ତି ଶାନ୍ତିଲତା।
ପରିଣତ ବୟସରେ ସ୍ତ୍ରୀ ଶାନ୍ତିଲତା ଙ୍କ କଣ ସ୍ବାମୀ ବୈକୁଣ୍ଠ ଙ୍କୁ ଦୁଇ ବର୍ଷ ହେବ ଦେଖା କରି ପାରୁ ନ ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ସ୍ବାମୀ ଙ୍କ ପେନସନ ବା ଆର୍ଥିକ ସାହାଯ୍ୟ ରୁ ମଧ୍ୟ ବଞ୍ଚିତ ହୋଇ ବହୁ ଦୁଃଖରେ ଦିନ କାଟୁ ଛନ୍ତି ସ୍ତ୍ରୀ ଶାନ୍ତିଲତା ,ତେବେ ବୟସର ଅପରାହ୍ନରେ କିପରି ବଞ୍ଚିବେ ବୋଲି କହିଛନ୍ତି ଗାଁ ଗ୍ରାମବାସୀ,ତେବେ ଏହାର ସ୍ଥାୟୀ ସମାଧାନ ଲାଗି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ସୌଭାଗ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମ ବାସୀ ଦାବି କରିଛନ୍ତି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




