ଉଲୁଣ୍ଡା ବ୍ଳକ ସଭାଗୃହ ଠାରେ ଅଣୁ ଯୋଜନା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ


ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ର ଅଣୁଯୋଜନା ପୁନଃ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଖଣ୍ଡିୟ କାର୍ଯ୍ୟାଳୟ ର ବିଷୟ ବସ୍ତୁ ବିଶାରଦ ଶ୍ରୀ ପ୍ରକାଶ କୁମାର ସାହୁ ଅଣୁଯୋଜନା ର ପୁନଃ ସଂଶୋଧନ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇବା ସହ ତାଲିମ୍ ଦେଇଥିଲେ l ତାଲିମ୍ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବନାଞ୍ଚଳର ଯାଲୋଇ ସେକସନ ଅନ୍ତର୍ଗତ ଛଅ ଗୋଟି ବନ ସୁରକ୍ଷା ସମିତି ଖଜୁରିଆପାଲି, ଗଈଲଗୁଡ଼ି, ସାରସଦାର, ସୁନାପାଲି, ରାଣିପାଲି, ଗଡଗଡ଼ବାହାଲ ର ସଭାପତି, କୋଷାଧ୍ୟକ୍ଷ, ବନସହାୟକ, ଏସ ଏଚ ଜି ସଭ୍ୟା ଙ୍କୁ ଭି ଏସ ଏସ ର ଉନ୍ନତି ପାଇଁ ଗରିବ ଓ ଅତି ଗରିବ ପରିବାରକୁ କିଭଳି ସ୍ୱାବଲମ୍ବୀ କରାଯାଇ ଗ୍ରାମର ସଂରକ୍ଷିତ ଜଙ୍ଗଲ କୁ ସୁରକ୍ଷା କରାଯାଇ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଅଣୁଯୋଜନା ତାଲିମ୍ ପ୍ରଦାନ କରାଯାଇଅଛି lଏସମେସ ସ୍ୱାଇଁ ଙ୍କ ସମେତ ବନରକ୍ଷୀ ରଘୁମଣୀ ଭୋଇ, ଦୀପାଞ୍ଜଳି ହରିପାଳ, ଓଏଫଏସଡିପି ର କର୍ମଚାରୀ କିଶୋର କୁମାର ନାଏକ, ସୁନୀଲ ସାହୁ, ବିଶ୍ୱମୋହନ ପୁରୋହିତ, ସୁଚରିତା ନାୟକ, ଓମଶିବ ବଗର୍ତ୍ତୀ, ସତ୍ୟଜିତ ଗଡୁଆ ପ୍ରମୁଖ ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




