LIVE TV

ସମଗ୍ର ଶିକ୍ଷା ବୌଦ୍ଧ ଜିଲ୍ଲା ପକ୍ଷରୁ ନୂଆଁପାଲି ହାଇସ୍କୁଲରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

 

କଣ୍ଟାମାଳ, ତା:୧୧/୧୦:(ପ୍ରଭାତ କୁମାର ସାହୁ)ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ସମଗ୍ର ଶିକ୍ଷା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ ଶିକ୍ଷା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଥାନା ଅଧିନ ନୂଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତିଙ୍କ ସଭାପତିତ୍ଵରେ ଅତିଥି ଭାବେ କଣ୍ଟାମାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗାଚରଣ ପ୍ରଧାନ, ଶ୍ରୀରାମ ପାଣି , ଶ୍ରୀମତୀ ଲକ୍ଷ୍ମୀ ମଲିକ, ଘଣ୍ଟାପଡ଼ା କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରୂପା ସିଂ କ୍ଷେତି ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଦିବ୍ୟ ଶଙ୍କର ରାଉତ ଯୋଗଦେଇ ବିଶ୍ଵରେ କନ୍ୟାମାନଙ୍କ ଭୃଣ ହତ୍ୟା,ଶିକ୍ଷା,ସୁରକ୍ଷା, ନାରୀ ନିର୍ଯ୍ୟାତନା , ବାଲ୍ୟବିବାହ,ଯୌତୁକ ଜନିତ ହତ୍ୟା ଓ ସମ୍ବେଦନଶୀଳତା ଉପରେ ଗୁରୁତ୍ଵାରୋପ କରିଥିଲେ ଓ ପରେ ଝିଅମାନଙ୍କଦ୍ୱାରା ନୃତ୍ୟ,ଗୀତ, କୁଇଜ ପ୍ରଶ୍ନୋତର କାର୍ଯ୍ୟକ୍ରମରେ କୃତି ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ। କୁଲୁତାଯୋର କ୍ଲଷ୍ଟରର ସିଆରସିସି ଶେତ ।ବେହେରା ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button