ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ” |


ବୌଦ୍ଧ -10-10-(ହୃଦାନନ୍ଦ ମେହେର )- ରାଜ୍ୟ ବିଜେପି ସଭାପତି ଶ୍ରୀ ଯୁକ୍ତ ମନମୋହନ ସାମଲ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା ବିଜେପି ପକ୍ଷରୁ ହୋଇଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ର ସମୀକ୍ଷା କରି ବା ସହିତ ଆଗାମୀ ଦିନରେ ନିର୍ବାଚନ ପାଇଁ ଏବେଠାରୁ ଦଳୀୟ କାଯ୍ୟକ୍ରମ୍ ଗୁଡିକୁ ନିଷ୍ଟା ର ସହ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ବିଗତ ,୯ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ ପଦକ୍ଷେପ ଓ ଗରିବ କଲ୍ୟାଣ ଯୋଜନ୍ ଗୁଡିକୁ ବୁଥ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ଦଳୀୟ ନେତା ମାନଙ୍କୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।ବିଶେଷ କରି ମୋ ବୁଥ ସବୁ ଠୁଁ ମଜଭୁତ କରିବାକୁ ସମଷ୍ଟଙ୍କୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ।
ରାଜ୍ୟ ସରକାର ଙ୍କ ବିଗତ ୨୩ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନୀତି ଭ୍ରଷ୍ଟାଚାର ଗୁଡିକୁ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଆଜିର ଏହି ସବୁ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଦଳୀୟ ପଦାଧିକାରୀ ସର୍ବଶ୍ରି କନ୍ନେଇ ଚରଣ ଡ।ଙ୍ଗ, ତାପସ କୁମାର ପଟ୍ଟନାୟକ , ସୁଶାନ୍ତ କୁମାର ବାଘ ,ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ ,ଅଟଳ ପ୍ରଧାନ , ମାଗୁଣି ଗାଈ ଗୌରୀ ଆ , ଯୁଗଳ କିଶୋର ସାମଲ, ନିରଞ୍ଜନ ଦାନୀ , ଶିବ ଗାଈ ଗୌରୀ ଆ,ବିଶି କେଶାନ ପ୍ରଧାନ ,ନିରଞ୍ଜନ କର୍ଣ୍ଣ, ବିଦୁଭୁସନ୍ ଦାନୀ ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




