ବୈକୁଣ୍ଠ ଚେତନା ସମାରୋହରେ ଯୋଗଦେଲେ ପଦ୍ମଶ୍ରୀ ବାବା ବଳିଆ

ନାଉଗାଁ :-(ଗୁରୁଃକୃପା କୁଟୀର) ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୟୀଶ୍ରୀ ଗୁରବେ ନମଃ,! ଅଖଣ୍ଡମଣ୍ଡାଳାକାର° ବ୍ୟାପ୍ତଯେନ° ଚରାଚର°, ଚକ୍ଷୁର୍ନିମିଲେତଯେନ° ତସ୍ମୟୀଶ୍ରୀ ଗୁରବେନମଃ ! ଗୁରୁ ବିନା ଆମ ଜୀବନର ସଦଗତି ଅସମ୍ଭବ ! ବିଶ୍ୱାସ୍ରଷ୍ଟାଙ୍କୁ ଆମେ କେହି ଦେଖିନେ ! କିନ୍ତୁ ଗୁରୁଦେବ ଙ୍କୁ ଦେଖିଛେ ! ସେଇ ଗୁରୁ ଆମପାଇଁ ଭଗବାନ ସଦୃଶ ! ଇଏ ଥିଲା ପଦ୍ମଶ୍ରୀ ଉପାଧିପ୍ରାପ୍ତ ପୂଜ୍ୟପୂଜକ ବାବା ବଳିଆଙ୍କ ବକ୍ତବ୍ୟ ! ବୃକ୍ଷ ରୋପଣ କର, ଅଳିଆ ଆବର୍ଜନା ପରିଷ୍କାର କର, ପୃଥିବୀକୁ ବିଶୁଦ୍ଧ ରଖିଲେ ଆମେ ଅର୍ଥାତ ମାନବ ସମାଜ ଶାନ୍ତିରେ ବଞ୍ଚିରହିବ ! ଇଏ ଥିଲା ବାବା ବଳିଆଙ୍କ ସନ୍ଦେଶ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅଧୀନ ତିହୁଡି ଗ୍ରାମରେ ଅବସ୍ଥିତ ଗୁରୁଃକୃପା କୁଟୀର ପରିସରରେ,ଜଲୌକାଧିପତି , ଆଧ୍ୟାତ୍ମିକ ଗୁରୁ, ମହାନ ସାରସ୍ଵତ ସାଧକ ତଥା ବିଶ୍ଵପ୍ରେମୀ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଙ୍କ ଶିଷ୍ୟ , ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ସୋମବାର ଦିନ, ବୈକୁଣ୍ଠ ଚେତନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ଵତ କାର୍ଯ୍ୟକ୍ରମ ରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ରେ ବହୁ କବି କବୟିତ୍ରୀ ଓ ସାରସ୍ଵତ ସାଧକ ମାନେ ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିବା ବେଳେ, ଆମ ସାହିତ୍ୟ ରେ ଆଧ୍ୟାତ୍ମିକତା ର ପ୍ରଭାବ ସମ୍ପର୍କ ରେ ଆଲୋଚନା କରିଥିଲେ।ଆମନ୍ତ୍ରିତ ସାହିତ୍ୟ ସାମୀକ୍ଷକଙ୍କୁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥଲେ । ସନ୍ଧ୍ୟା ସମୟରେ ଏହି ବୈକୁଣ୍ଠ ଚେତନା ସମାରୋହ କୁ ପଦ୍ମଶ୍ରୀ ବାବା ବଳିଆ ମୂଖ୍ୟଅତିଥି ଭାବେ ଯୋଗଦେଇ, ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବାବା ବଳିଆ ଙ୍କ ବାଣୀରେ,ବାବା ବୈକୁଣ୍ଠବିହାରୀ ବ୍ରହ୍ମଚାରୀ ଜଣେ ମହାନ୍ ଯୋଗଜନ୍ମା, ଈଶ୍ୱରଙ୍କ ଅଂଶ ସ୍ୱରୂପ, ସଂସ୍କାରବାଦୀ ଓ ବିଶ୍ୱପ୍ରେମୀ ସନ୍ଥ ମହାତ୍ମା ଏବଂ ଉତ୍ତମ ଗୁରୁ ଥିଲେ। ସମ୍ପ୍ରତି ଆମ ସମାଜର ପ୍ରଚଣ୍ଡ ଅବକ୍ଷୟ ସମୟରେ, ତାଙ୍କର ପୁନଃଆଗମନ ର ଆବଶ୍ୟକତାକୁ ଅନୁଭବ କରାଇଥିଲେ !ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବାବାଜୀ ସୀତାରାମ ଦାସ, ଅମୃତାନନ୍ଦ ଦାସ, ପୁରୁଷୋତ୍ତମ ଦାସ,କେଶବ ଦାସ, ଜଗନ୍ନାଥ ଦାସ, ଦ୍ୱାରିକାନାଥ ଦାସ,ବାବାଜୀ ଖିଲାରନାଥ ପୁରୀ,ପୁନଙ୍ଗର ବାବାଜୀ ସନାତନ ଦାସ,ଅଲିକଣ୍ଟା ଅଧିକାରୀ ବିଜୟ ଦାସ,ବାବାଜୀ ସତ୍ୟାନନ୍ଦ ଦାସ, କୁନି ପ୍ରବଚକ ଦ୍ଵିତୀକୃଷ୍ଣ କେଶବ,ଅକ୍ଷୟ କୁମାର ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ଶାରଳା ମନ୍ଦିରର ମୁଖ୍ୟପୂଜକ ତଥା ଅନ୍ୟ ପୂଜକ ମଣ୍ଡଳୀ, ବହୁ ସଜ୍ଜନ ବିଦ୍ୱାନ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ପ୍ରାୟ ତିନିହଜାର ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିବାର ଦେଖାଯାଇଥିଲା ! ଏହି ଅବସରରେ ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ସମ୍ପାଦକ ଭାଗବତ ପ୍ରସାଦ, କୋଷାଧକ୍ଷ କୈଳାସ ବେହେରା, ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଏବଂ ଉପଦେଷ୍ଟା ସିଦ୍ଧେଶ୍ୱର ପଣ୍ଡା ଙ୍କୁ ବାବା ସତ୍ୟାନନ୍ଦ ଦାସମହାରାଜ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !