LIVE TV

ଦିନକୁ ଦିନ ବୃଦ୍ଧି ପାଉଛି ଛେଳି ଚୋର ଙ୍କ ଦୌରାତ୍ମ୍ୟ କିନ୍ତୁ ଥାନାରୁ ମିଳୁନାହିଁ ନ୍ୟାୟ !

ଜଗତସିଂହପୁର:-ପରିବାର ପ୍ରତିପୋଷଣ ପାଇଁ ଗରିବ ଦିନମଜୁରିଆ ଲୋକେ ପାଳନ କରୁଛନ୍ତି ଛେଳି ! କିନ୍ତୁ ଦୁଃଖ ଓ ଅମାନବୀୟ କଥା ହେଉଛି ସେଇ ଛେଳିକୁ ଝାମ୍ପି ନେଉଛନ୍ତି ଦୁଇଗୋଡ଼ିଆ କେନ୍ଦୁଆ ! ଏବାବଦରେ ନିକଟସ୍ଥ ଥାନାରେ ଏତେଲା ଦେଲେ ମିଳୁନି ନ୍ୟାୟ ! ସତେ ଯେପରି ଛେଳି ଚୋରଙ୍କ ସହିତ ଥାନାର ରହିଛି ହାତ !ଉଠାଉ ଛନ୍ତି ପର୍ବପର୍ବାଣୀର ଫାଇଦା ଉପୁରି ଆୟ ! କଥାଟା କଟୁ ହେଲେ ବି ସ୍ୱାଭାବିକ ସନ୍ଦେହ ! ନହେଲେ ସାମାନ୍ୟ ଛେଳି ଚୋରି ବିଷୟ ଏସପି ଙ୍କ ଦପ୍ତର ଯାଏ ଯାଆନ୍ତା କାହିଁକି ? ଘଟଣା କ୍ରମରେ,ଜଗତସିଂହପୁର ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳରେ ନିଶା କାରବାର ସହିତ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ଛେଳି ଚୋରି |ଅଭିଯୋଗ କଲାପରେ ଥାନା ଅଧିକାରୀ ରହୁଛନ୍ତି ଚୁପ | ନିରୁପାୟ ହୋଇ ଛେଳି ଚାଷୀ ନ୍ୟାୟ ପାଇବା ପାଇଁ ଏସ ପି ଙ୍କ ଦ୍ଵାରସ୍ତ ହୋଇଛନ୍ତି |ବାଲିକୁଦା ଥାନା ଅଧୀନରେ ଥିବା ଭୋଦା ଗ୍ରାମର ପୀତବାସ ସେନାପତି ଏବଂ ମିନିଖି ମଲ୍ଲିକ ଏବଂ ସଂଗ୍ରାମପୁର ଗ୍ରାମର ଶଙ୍କର ସେଠୀ ଙ୍କ ଘର ଆଗରୁ କୋଲପ ଦେଇ ଦୃବୁତ୍ତ ମାନେ ଗୁହାଳ ଘରେ ବନ୍ଧା ଯାଇଥିବା 40ଟି ରୁ ଉର୍ଦ୍ଧ ଛେଳି ସମ୍ପୂର୍ଣ୍ଣ ଚୋରୀ କରି ନେଇଛନ୍ତି | ସକାଳୁ ଗ୍ରାମବାସୀ ମାନେ ଘର କୋଲପ ଭାଙ୍ଗି ତିନି ପରିବାର ଙ୍କୁ ଉଦ୍ଧାର କରି ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି | ସେହିପରି ନାଉଗାଁ ଥାନା ଅଧୀନ ଗାରେଇ ଗ୍ରାମର କାବୁଲି ବିଶ୍ୱାଳ ଙ୍କ ଘରୁ 10 ରୁ ଉର୍ଦ୍ଧ ଛେଳି ଦୃବୁତ୍ତ ମାନେ ବିଳମ୍ବିତ ରାତିରେ ଚୋରୀ କରି ନେଇଥିବା ସମ୍ପର୍କ ରେ ନାଉଗାଁ ଥାନା ରେ ଅଭିଯୋଗ କରାଯାଇ ଥିଲେ ମଧ୍ୟ୍ୟ ଛେଳି ଚୋର କୁ ଧରିପାରୁନି ପୋଲିସ !ଅଭିଯୋଗ ପାଇ ଥାନା ଅଧିକାରୀ ବାବୁମାନେ ନିରବ ଥିବାରୁ ନ୍ୟାୟ ପାଇବା ପାଇଁ ଏସପି ଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିଯୁକ୍ତ ମାନେ ! ଦେଖିବାକୁ ରହିଲା ନ୍ୟାୟବାନ ଏସପି ମହୋଦୟ ନ୍ୟାୟ ଦେଇ ପାରୁଛନ୍ତି ଅବା ନିରାଶ କରୁଛନ୍ତି ଗରିବ ଅଭିଯୋଗ ଦାତା ଙ୍କୁ ???

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button