ବି.ବି.ହାଇସ୍କୁଲ୍, ଢେଙ୍କାନାଳରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା -୨୦୨୩ ଉଦ୍ ଯାପିତ

ଢେଙ୍କାନାଳ : ତା.୧୦.୧୦.୨୦୨୩ ରିଖ ( ) : ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ଦ୍ଵାରା ଆୟୋଜିତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା -୨୦୨୩ ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ବରେ,ବି. ବି. ହାଇ ସ୍କୁଲ୍ ର ପ୍ରଧାନଶିକ୍ଷିକା ତଥା କାର୍ଯ୍ୟକ୍ରମର ସାଙ୍ଗଠନିକ ସମ୍ପାଦିକା ବ୍ରହ୍ମୋତ୍ରୀ ବିଶ୍ଵାଳଙ୍କ ସଫଳ ମାର୍ଗଦର୍ଶନରେ ଓ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ର ଓ ଜିଲ୍ଲା ଶିକ୍ଷା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ସଂଯୋଜନାରେ ଓ ଜିରାଳ ଉଚ୍ଚ ବିଦ୍ୟାଳୟ ଶାରୀରିକଶିକ୍ଷା ଶିକ୍ଷକ ବିପିନ ବିହାରୀ ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ମହେଶ ସାହୁ,ମାନ୍ୟବର ସାଂସଦ, ଢ଼େଙ୍କାନାଳ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଯୋଗ ହେଉଛି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଓ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଯୋଗହିଁ ଜୀବନକୁ ସୁସ୍ଥ ରଖିଥାଏ ଓ ଏହାହିଁ ହେଉଛି ଜୀବନର ବଞ୍ଚିବାର ଏକ କଳା ବୋଲି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସତରଞ୍ଜ ଖେଳ ଏକାଗ୍ରତା ଓ ମାନସିକ ଦକ୍ଷତା ବୃଦ୍ଧି କରିଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଯୋଗ ଓ ସତରଞ୍ଜ ଶରୀର ଓ ମନକୁ ସୁସ୍ଥ ରଖେ ବୋଲି ଅଭିମତ ରଖିଥିଲେ। ନିଜର ବିଦ୍ୟାଳୟ କ୍ରୀଡ଼ା ଜୀବନରେ ଏହି ଶତାୟୁ ଅନୁଷ୍ଠାନ ବିବିହାଇସ୍କୁଲ୍ ରେ ତାଙ୍କର ରହଣି ସମୟରେ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ରଙ୍କ ସହିତ ସହାବସ୍ଥାନର ଶିକ୍ଷଣୀୟ ଅଭୁଲା ସ୍ମୃତିସବୁକୁ ରୋମନ୍ଥନ କରି ଆତ୍ମବିଭୋର ହୋଇଯାଇ ଥିଲେ ।ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାକୁ ଏକ କ୍ରୀଡ଼ା ହବ୍ ରେ ପରିଣତ କରିବାକୁ ସମସ୍ତ କ୍ରୀଡ଼ାପ୍ରେମୀମାନେ ଆଗେଇ ଆସିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଯୋଗ ହେଉଛି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଓ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଏହା ଶରୀର ଓ ମନକୁ ସୁସ୍ଥ ଓ ନିରୋଗ ରଖିଥାଏ ବୋଲି ମତ ପ୍ରକାଶ କରିଥିଲେ।ସେ ଏହି ଶତାୟୁ ଅନୁଷ୍ଠାନର ଆଦର୍ଶ ପ୍ରଧାନ ଶିକ୍ଷକ ପଣ୍ଡିତ ଡ଼ା. ରୁଦ୍ରନାରାୟଣ ମିଶ୍ରଙ୍କ ଛାତ୍ର ଭାବରେ ସେ ଗର୍ବିତ ଓ ସମସ୍ତେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଶ୍ରେଷ୍ଠତା ହାସଲ କରିବାକୁ ସୂପରାମର୍ଶ ପ୍ରଦାନ କରିଥିଲେ। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ।ସମସ୍ତେ ସାଇବର ସଚେତନତା ପାଇଁ ଚେଷ୍ଟିତ ହେବାକୁ ମଧ୍ୟ ଦୃଢ଼ ଆହ୍ଵାନ ଜଣାଇଥିଲେ।ସତରଞ୍ଜ ଖେଳ ଏକାଗ୍ରତା ଓ ମାନସିକ ଦକ୍ଷତା ବୃଦ୍ଧି କରିଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାଗିରଥୀ ମଲ୍ଲିକ,ଶାରୀରିକ ଶିକ୍ଷା ଅଧିକାରୀ, ମୟୂରଭଞ୍ଜ,ଶମ୍ଭୁନାଥ ଦାଶ,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ, ଯାଜପୁର କୈଳାସ ଚନ୍ଦ୍ର ପ୍ରଧାନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ପ୍ରମୁଖ ସମସ୍ତ ଅତିଥି ବୃନ୍ଦ ଯୋଗ ଓ ସତରଞ୍ଜ ଖେଳ ଛାତ୍ରୀ ଛାତ୍ର ମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ସମ୍ଭବ ହୋଇଥାଏ ଓ ଆଧ୍ୟାତ୍ମିକତାର ଅଭିବୃଦ୍ଧି ସମ୍ଭବ ହୋଇଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ।ଜିରାଳ ଉଚ୍ଚ ବିଦ୍ୟାଳୟ ଶାରୀରିକଶିକ୍ଷା ଶିକ୍ଷକ ବିପିନ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ ଯୋଗ ଓ ସତରଞ୍ଜର ସୃଷ୍ଟି ଓ ଶିକ୍ଷା ସହିତ ଏହାର ସଂଯୋଗ ସମ୍ପର୍କରେ ସବିଶେଷ ସୂଚନା ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ସରସ, ସୁନ୍ଦର,ସଫଳ ମଞ୍ଚ ପରିଚାଳନା କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଯୋଗ ବିଜ୍ଞାନ ଓ କଳାର ଅପୂର୍ବ ସମନ୍ୱୟ ଓ ସତରଞ୍ଜ ଖେଳ ଛାତ୍ରୀ ଛାତ୍ରଙ୍କୁ ଶାନ୍ତ ଓ ଧୀରସ୍ଥିର କରି ,ଏକାଗ୍ରତା ଓ ସ୍ମରଣ ଶକ୍ତିର ଅଭିବୃଦ୍ଧି,ଚକ୍ଷୁର ସୁସ୍ଥତା ବଜାୟ ରଖି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିଥାଏ ବୋଲି ମତପ୍ରକାଶ କରିଥିଲେ।ଜିଲ୍ଲା ଶିକ୍ଷା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡ଼ା ସ୍ଵୀୟ ବକ୍ତବ୍ୟରେ ଏଠାରୁ ଉପଯୁକ୍ତ ସର୍ବଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇ ଜାତୀୟସ୍ତରକୁ ପ୍ରେରିତ କରାଗଲା ବୋଲି ମତବ୍ୟକ୍ତ କରି ସେମାନେ ରାଜ୍ୟକୁ ପ୍ରତିନିଧିତ୍ଵ କରି ଜାତୀୟ ସ୍ତରରେ ସଫଳତା ଆଣି ଆମ ଓଡ଼ିଶାର ଗୌରବ ବୃଦ୍ଧି କରିବାକୁ ଦୃଢ଼ ଆଶାପୋଷଣ କାରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବି . ବି. ହାଇସ୍କୁଲ୍ ର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ ଓ ତାଙ୍କ ନେତୃତ୍ଵରେ ଛାତ୍ରୀମାନେ ସୁମଧୁର ଉଦଯାପନୀ ଉତ୍ସବର ଆବାହନୀ ସଙ୍ଗୀତ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗାସନରେ ୨୮ ଗୋଟି ଜିଲ୍ଲାରୁ ୧୬୫ ଜଣ ବାଳକ,୧୮୫ ଜଣ ବାଳିକା ସର୍ବମୋଟ ୩୫୦ ଜଣ ଏବଂ ସେହିପରି ସତରଞ୍ଜ(ଚେସ୍ )ରେ ମୋଟ ୨୦ ଗୋଟି ଜିଲ୍ଲାରୁ ୬୫ ଜଣ ବାଳକ ଓ ୫୫ ଜଣ ବାଳିକା ସର୍ବମୋଟ ୧୨୦ ଜଣ ଏହିପରି ଉଭୟରୁ ସର୍ବମୋଟ ୪୭୦ ଜଣ ନିଜ ନିଜର ଟିମ୍ ମ୍ୟାନେଜର ଓ କ୍ରୀଡ଼ା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହିତ ଯୋଗଦାନ କରିଥିଲେ।ବାଳକମାନଙ୍କର ପ୍ରତିଯୋଗିତା ବି.ବି.ହାଇସ୍କୁଲ୍ ରେ ବାଳିକା ମାନଙ୍କର ଯୋଗ ଓ ସତରଞ୍ଜ (ଚେସ୍ )ପ୍ରତିଯୋଗିତା ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।ଏଥିରେ ଜାତୀୟ ଚେ ସ୍ ଚ୍ୟାଲେଞ୍ଜର ଖେଳାଳି ଓ ଜାତୀୟ ଆର୍ବିଟ୍ ର ତଥା ପର୍ଯ୍ୟବେକ୍ଷକ କୁଳମଣି ଜେନା ଓ ପ୍ରାକ୍ତନ ବରିଷ୍ଠ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଓ ମ୍ୟାଚ୍ ପରିଚାଳକ ଦେବାଶିଷ ପାଣଗ୍ରାହୀ, ବିଚିତ୍ର କୁମାର ରାଉତ,ବିଭୁଦତ୍ତ ରଥ,ଶ୍ରବଣ କୁମାର ପ୍ରଧାନ ପ୍ରମୁଖଙ୍କ ସଫଳ ପରିଚାଳନାରେ ୧୭ ବର୍ଷରୁ କମ୍ ଚେସ୍ ବାଳିକା ବିଭାଗରେ ଭୁବନେଶ୍ୱରର ଅନିଷ୍କା ପାଣ୍ଡେ, ରାଜଶ୍ରୀ ପୁହାଣ, ଅଞ୍ଜଳି ମିଶ୍ର, ଝାରସୁଗୁଡାର କନିଷ୍କା ନାଏକ, କଟକର ଜୟଲକ୍ଷ୍ମୀ ସାହୁ ପ୍ରମୁଖ ୫ଜଣ ଓ ବାଳକ ବିଭାଗରେ କଟକର ଶ୍ରୀୟାଂଶୁ ଦାସ, ପ୍ରୀୟାଂସୁ ଦାସ, ପ୍ରତ୍ୟୁଷ ନାୟକ ଓ ଭୁବନେଶ୍ୱରର କୌସ୍ତୁଭ ଦାସ ଓ ଓମ୍ ଆଦିତ୍ୟ ଖାଡଙ୍ଗା
ସେହିପରି ୧୭ ବର୍ଷରୁ କମ୍ ଯୋଗାସନ ବାଳିକା ବିଭାଗରେ ବରଗଡର ରଞ୍ଜିତା ଭୁଇ ପ୍ରଥମ, କଟକର ପାୟଲ ପରିଡ଼ା,ଦ୍ବିତୀୟ, ପୁରୀର ଅଦିତି ମିଶ୍ର ତୃତୀୟ, କଟକର ଦିପ୍ତିମୟୀ ସେଠୀ,ଇପ୍ସିତା ହାଲଦର୍ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଥିଲେ।୧୭ ବର୍ଷରୁ କମ୍ ଯୋଗାସନ ବାଳକ ବିଭାଗରେ ପୁରୀର ଅଭିଜିତ ତ୍ରିପାଠୀ ପ୍ରଥମ, ସମ୍ୟକ୍ ପଣ୍ଡା ଦ୍ଵିତୀୟ, କିଶନ ରଥ ତୃତୀୟ, ସୌମେନ୍ଦ୍ର କୁମାର ସାହୁ ଚତୁର୍ଥ ଓ ମୟୂରଭଞ୍ଜର ଦେବାଶିଷ ବାରିକ ପଞ୍ଚମ ସ୍ଥାନ ହାସଲ କରିଥିଲେ।ସେହିପରି ୧୪ ବର୍ଷରୁ କମ୍ ଯୋଗାସନ ବାଳିକା ବିଭାଗରେ ପୁରୀର ସୁଶ୍ରୀ ଫାଲଗୁନି ବେହେରା ପ୍ରଥମ, ଝାରସୁଗୁଡାର କଳ୍ପନା ୟାଦବ ଦ୍ଵିତୀୟ, ପୁରୀର ଦେବସ୍ମିତା ଖୁଣ୍ଟିଆ ତୃତୀୟ, ସମ୍ବଲପୁରର ଇଶିତା ପ୍ରଧାନ ଚତୁର୍ଥ, ଗଞ୍ଜାମର ଆରୁଷି ସାହୁ ପଞ୍ଚମ ସ୍ଥାନ ହାସଲ କରିଥିଲେ।୧୪ ବର୍ଷରୁ କମ୍ ଯୋଗାସନ ବାଳକ ବିଭାଗରେ କଟକର ଏସ. ପି. ବଦ୍ରିନାଥ ପ୍ରଥମ, ପୁରୀର ଓମ୍ ପ୍ରକାଶ ସାହୁ ଦ୍ଵିତୀୟ,ଭୁବନେଶ୍ୱରର ଟୁକୁନା ଗାୟନ ତୃତୀୟ, ନୟାଗଡ଼ର ଜଗବନ୍ଧୁ ସାମନ୍ତରାୟ ଚତୁର୍ଥ,ପୁରୀର ଦନାର୍ଦନ ପୂଜାପଣ୍ଡା ପଞ୍ଚମ ସ୍ଥାନ ଅଧିକାର କରିଥିଲେ।ସମସ୍ତ ବିଜେତା ମଞ୍ଚାସୀନ ଅତିଥିମାନଙ୍କଠାରୁ ରାଜ୍ୟସ୍ତରୀୟ ପ୍ରଶଂସାପତ୍ର ଓ ମେମେଣ୍ଟୋ ଗ୍ରହଣ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ୫ ଜଣ ଶ୍ରେଷ୍ଠ ବିଜେତା ତାମିଲନାଡୁରେ ହେବାକୁ ଥିବା ଜାତୀୟ ସ୍କୁଲ୍ ଚେସ୍ ପ୍ରତିଯୋଗିତାରେ ,୧୭ ବର୍ଷରୁ କମ୍ ଯୋଗାସନର ଉଭୟ ବିଭାଗର ୫ଜଣ ଶ୍ରେଷ୍ଠ ବିଜେତା ତ୍ରିପୁରାର ଅଗରତାଲା ଠାରେ ,୧୪ ବର୍ଷରୁ କମ୍ ଯୋଗାସନର ଉଭୟ ବିଭାଗର ୫ଜଣ ଶ୍ରେଷ୍ଠ ବିଜେତା ନୂଆଦିଲ୍ଲୀ ଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବି.ବି.ହାଇସ୍କୁଲ୍ ର ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ,ପ୍ରଧାନ ଶିକ୍ଷିକା, କ୍ରୀଡ଼ା ଶିକ୍ଷୟିତ୍ରୀ,ଶିକ୍ଷକ, ସହକାରୀ ଶିକ୍ଷୟିତ୍ରୀ,ଶିକ୍ଷକ ଓ ବିଭିନ୍ନ କାର୍ଯ୍ୟାଳୟ ସବୁର କର୍ମଚାରୀବୃନ୍ଦଙ୍କ ଦ୍ଵାରା ଗଠିତ କମିଟିର ସଦସ୍ୟା, ସଦସ୍ୟମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ