ଉତ୍ତର ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ.

.
ଭୁବନେଶ୍ୱର, ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର 21 ଓ ୱାର୍ଡ ନଂ 26ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି.ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଏବଂ ସବୁ ସରକାରୀ ଜନକଲ୍ୟାଣ କାରି ଯୋଜନାର ସୁଫଳ ଲୋକମାନେ ସଠିକ ଭାବରେ ତାର ଫାଇଦା କିପରି ପାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ଜନ ସମ୍ପର୍କ ପଦଯାତ୍ରା ଓଡ଼ିଶାରେ କରାଯାଉଛି. ସେହି ପରିପେକ୍ଷୀରେ ଆଜି ବିଏମସି ୱାର୍ଡ ନଂ 21 କର୍ପୋରେଟର ପୂଜା ବେହେରାଙ୍କ ନେତୃତ୍ୱରେ ସାଲିଆସାହି ବସ୍ତି ପେଟ୍ରୋଲ ପମ୍ପ ଠାରୁ ପଦଯାତ୍ରା ଆରମ୍ଭ ହୋଇ ପୁରା ସାଲିଆସାହି ବସ୍ତି ରେ ଥିବା ଘର ଘର ବୁଲି ସମଗ୍ର ୱାର୍ଡ ପରିକ୍ରମା କରିଥିଲା.ସେହିପରି ୱାର୍ଡ ନଂ 26ରେ ମଧ୍ୟ ଏକ ବିଶାଳ ରାଲି କର୍ପୋରେଟର ଶ୍ରୀମତୀ ଭାରତୀ ସିଂ ଙ୍କ ନେତୃତ୍ୱରେ ସାଲିଆସାହି ବସ୍ତିରେ ମୈତ୍ରୀ ନଗର ଠାରୁ ଜନ ସଂପର୍କ ପଦ ଯାତ୍ରା ଆରମ୍ଭ ହୋଇ ପାତ୍ର ସାହି, ନୟାଗଡ଼ ସାହି, ଲକ୍ଷ୍ମୀ ନଗର, ପ୍ରଧାନସାହି ପ୍ରମୁଖ ଅଞ୍ଚଳ ବୁଲି ଲୋକମାନଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ. ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଦୁଇଟି ୱାର୍ଡରେ ଏତେ ମାତ୍ରାରେ ଲୋକମାନେ ସ୍ୱତ ପ୍ରବୁତ ଭାବେ ଆସି ନବୀନ ପଟନାୟକ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସବୁ ସରକାରୀ ଯୋଜନାର ଲାଭ ନିଅନ୍ତୁ ଓ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଲୋକମାନଙ୍କ ପ୍ରତି ଜାରି ରହିଥିବା ସେବାକୁ ପହଞ୍ଚାଇ ଆଉ ଥରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚେଷ୍ଟା ଜାରିରଖିବାକୁ ଆହ୍ୱାନ ଦେଇଥିଲେ.ସେହିପରି ୱାର୍ଡ ନମ୍ବର 21 କର୍ପୋରେଟର ପୂଜା ବେହେରା ଓ ୱାର୍ଡ ନମ୍ବର 26କର୍ପୋରେଟର ଭାରତୀ ସିଂ ନିଜ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକ ମାନଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିବା ଯୋଜନା ଗୁଡିକର ଲାଭ କିପରି ଲୋକମାନେ ପାଉଛନ୍ତି ଓ ଆଉ କାହାର କଣ ସମସ୍ୟା ଅଛି ସେ ବିଷୟରେ ଜାଣି ସରକାରଙ୍କୁ ଅବଗତ କରାଇବା ପାଇଁ ଏହି ପଦ ଯାତ୍ରା ଉଦିଷ୍ଟ ଓ ବହୁ ସଂଖ୍ୟାରେ ବିଜେଡି ଯୁବ, ଛାତ୍ର ଓ ମହିଳା ମାନେ ଯୋଗ ଦେଇଥିବାରୁ ଖୁସି ଅନୁଭବ କରିଥିଲେ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ




