କ୍ଳଷ୍ଟର ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ।

ଛତିଆ,୧୦।୧୦,(ଆ; ପ୍ର) ବଡ଼ଚଣା ଶିକ୍ଷା ମଣ୍ଡଳ, ଅଧୀନ ଛତିଆ ଇଚ୍ଛା ନଗର ପାଟଣା କ୍ଲଷ୍ଟ୍ ର ଆନୁକୁଲ୍ୟରେ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟ ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।
ଏହି କ୍ଳଷ୍ଟର୍ ଅଧୀନ ୧୭ ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ୧୦ ଗୋଟି ଇଭେଣ୍ଟ ରେ ଭାଗ ନେଇ ଥିଲେ। ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ, ଧନେଶ୍ଵର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତିନିହିତ ପ୍ରତିଭା କୁ ବିକଶିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। କ୍ଳଷ୍ଟର ସି ଆର ସି ସି ରଶ୍ମି ରଞ୍ଜନ ସେଣ୍ଡ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ପୃଷ୍ଟି, ଏସ ଏମ ସି ସଭାପତି ଅକ୍ଷୟ କୁମାର ପଣ୍ଡା, ଉପ ସଭାନେତ୍ରି ସାବିତ୍ରୀ ପଣ୍ଡା,ନେଳିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ଦାସ, ପଦଲା ୟୁ ଜି ଏମ ସ୍କୁଲ୍ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସାହୁ, ଶିକ୍ଷକ ନାରାୟଣ ଚନ୍ଦ୍ର ପ୍ରଧାନ, ଡଃ ମାନସୀ ମିଶ୍ର, ଅକ୍ଷୟ ସାମନ୍ତ ରାୟ ପ୍ରମୁଖ ଯୋଗ ଦେ ଇ ଥିବା ବେଳେ, ନିରୀକ୍ଷକ ଭାବେ ଶଶି ଭୂଷଣ ପ୍ରଧାନ, ସୁପ୍ରିୟା ନନ୍ଦ, ଆଦିତ୍ୟ ସାମନ୍ତ ରାୟ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ଥିଲେ। ଉଦଯାପନୀ ସମାରୋହରେ ଓଡ଼ିଶା ସର୍ବଦୟ ମଣ୍ଡଳ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ। ତରୁଲତା କର, ବିଜୟ ଲକ୍ଷ୍ମୀ ବେହେରା, ସିଲ୍ ସିଲା ସାହୁ , ଅଜୟ ବେହେରା ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଅନ୍ତିମରେ ମୌସୁମୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ପଦ୍ମନାଭ ପୂର୍ ୟୁ ଜି ଏମ ଈ ସ୍କୁଲ୍ ର ଜୟଶ୍ରୀ ରାଉତ ଓ ସୃଜନ ଶିଳ ଲିଖନ , ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ମହେଶ ସାହୁ ବକ୍ତୃତା, ସୋଳର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସରସ୍ଵତୀ ମଲ୍ଲିକ ଚିତ୍ରାଙ୍କନ, କଳିଙ୍ଗ ନୋଡାଲ ୟୁ ପି ସ୍କୁଲ୍ ର ବିକାଶ ପରିଡ଼ା କୁଇଜ୍ ସିନିଅର୍ ,ନୀତିଶ ବେହେରା କୁଇଜ୍ ଜୁନିଅର୍, କ୍ରୀଷ୍ଣା ପ୍ରିୟ ଦର୍ଶିନୀ ବେହେରା, ଶୁଭଶ୍ରୀ ନନ୍ଦ, ଇତିଶ୍ରୀ ସାହୁ, ଶ୍ରୀନିକା ପଣ୍ଡା, ଅମିତା ବେହେରା, କୌଶଲ୍ୟା ରାଣୀ ସାହୁ ପୁରସ୍କୃତ ହୋଇ ଥିଲେ।