ଘଣ୍ଟାପଡ଼ାରେ ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ।


କଣ୍ଟମାଳ, ତା.୧୦/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ଗତ ୨ ତାରିଖ ଗାନ୍ଧି ଜୟନ୍ତୀରୁ ଚାଲିଥିବା ସାଇବର ସୁରକ୍ଷା ଅଭିଯାନର ରଥ ନବମ ଦିନରେ କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ପହଞ୍ଚିଛି। କଣ୍ଟମାଳରୁ ଆସି ସକାଳ୧୦ଟାରେ ଘଣ୍ଟାପଡ଼ା ଥାନାରେ ପହଞ୍ଚିବାପରେ ସାଇବର ଟିମଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ପରେ ରଥ ସିଧାସଳଖ ଘଣ୍ଟାପଡ଼ା ମାର୍କେଟ ଛକରେ ପହଞ୍ଚିଥିଲା। ସେଠାରେ ବଣିକ ସଙ୍ଘ ତରଫରୁ ଫୁଲ ତୋଡ଼ା ଦେଇ ସ୍ଵାଗତ କରିବା ପରେ ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ପହଞ୍ଚିଥିଲା। ସେଠାରେ ଛାତ୍ରଛାତ୍ରୀ ଜୋରଦାର ସ୍ୱାଗତ କରି ସାଇବର ରଥ ସହ ସାଇବର ଟିମକୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।ପରେ କଲେଜ ପରିସରରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କ ସଭାପତିତ୍ଵରେ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଇବର ଠକେଇରୁ ଦୁରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ସାଇବର ଟିମର ସଦସ୍ୟା ଏସଆଇ ସସ୍ମିତା ମଗର ଯୋଗ ଦେଇ ସାଇବର କ୍ରାଇମ ଓ ତାର ପ୍ରତିକାର ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ସାଇବର ଟିମ ତରଫରୁ ନାଚଗୀତ ମାଧ୍ୟମରେ ସଚେତନ କରାଯାଇଥିଲା ଓ କୁଇଜ,ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




